ଗାନ୍ଧୀନଗର, 8 ଡିସେମ୍ବର (ହି.ସ.) ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଶୁକ୍ରବାର ସକାଳେ ମେଟ୍ରୋ ରେଳ ଫେଜ-2, ମୋଟେରାରୁ ଗାନ୍ଧିନଗର ରୁଟ ଉପରେ ସି-2 ପ୍ରୋଜେକ୍ଟର ସାଡେ 6କିଲୋମିଟର ବିଶିଷ୍ଟ ଲମ୍ବା ରାସ୍ତାରେନିର୍ମାଣଧୀନ ରେଳ ରୁଟ ଓ ଷ୍ଟେସନର ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ ରାଜକୁମାର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପ୍ରଧାନ ସଚିବ କେ.କୈଳାଶନାଥନ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଡକ୍ଟର ହରମୁଖ ଅଢିୟା, ମେଟ୍ରୋ ରେଳ କର୍ପୋରେସନର ଚେୟାରମାନ ତଥା ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଏସ.ଏସ ରାଠୋର ଏବଂ ବରିଷ୍ଠ ସଚିବ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
