
ନେଲ୍ସନ, ୨୦ ଡିସେମ୍ବର (ହିସ) – ବୁଧବାର ନେଲ୍ସନରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବାଂଲାଦେଶ ଓପନର୍ ସୋମ୍ୟ ସରକାର କ୍ରିକେଟର ସଚିନ ତେନ୍ଦୁଲକରଙ୍କ ୧୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।
ସୋମ୍ୟା ଷ୍ଟ୍ରାଇକ୍ ହାରରେ ୧୧୧.୯୨ ହାରରେ ୧୫୧ ବଲରେ ୧୬୯ ରନ୍ ଇନିଂସ ଖେଳିଥିଲେ । ବାମହାତୀ ବ୍ୟାଟ୍ସମ୍ୟାନ୍ ପ୍ରଥମ ଇନିଂସରେ କିୱି ବୋଲିଂ ଆକ୍ରମଣ ବିରୁଦ୍ଧରେ ୨୨ ଟି ଚୌକା ଓ ୨ ଛକା ମାରିଥିଲେ ।
ସେ ବାଂଲାଦେଶୀ କ୍ରିକେଟରଙ୍କ ଦ୍ୱାରା ଏକଦିବସିୟ ଫର୍ମାଟରେ ବିଦେଶୀ ଗ୍ରାଉଣ୍ଡରେ ସର୍ବାଧିକ ରନ୍ ରେକର୍ଡ ମଧ୍ୟ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
