
ଭୁବନେଶ୍ୱର, 13 ଡିସେମ୍ବର (ହି.ସ.) – ଓଡିଶାରେ ଖୋଲିବ ଆଉ ଦୁଇଟି ହାଇ ପରଫର୍ମାନ୍ସ ସେଂଟର । ୨ ଅଲମ୍ପିକ୍ ସ୍ପୋର୍ଟସ୍ ତୀରନ୍ଦାଜ ଓ ସ୍ପୋର୍ଟ କ୍ଲାଇମ୍ବିଂ ପାଇଁ ପରଫର୍ମାନ୍ସ ସେଂଟର ଲାଗି ବୁଧବାର ଟାଟା ଷ୍ଟିଲ ଓ ଓଡିଶା ସରକାରଙ୍କ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ପ୍ରୟାସରେ ଟାଟା ଷ୍ଟିଲହ ସହଭାଗିତା ପାଇଁ ଆମେ ଆନନ୍ଦିତ । ଓଡିଶା ଏବଂ ଦେଶରେ ତୀରନ୍ଦାଜ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ ରେ ବହୁ ସମ୍ଭାବନା ଅଛି । ଏହି ନୂତନ ସହଭାଗିତା ଦ୍ୱାରା ଆମେ ଏହି କ୍ଷେତ୍ରରେ ଆଥଲେଟ୍ ଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିପାରିବୁ ।
ଏହି ଅବସରରେ କ୍ରୀଡା ଓ ଯୁବସେବା ବିଭାଗ ସଚିବ ଭିନିଲ କ୍ରୀଷ୍ଣା, ଟାଟା ଷ୍ଟିଲ ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
