ଜୟପୁର,୧୫ ଡିସେମ୍ବର (ହି.ସ.) – ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପଡିଆ ଠାରେ ଦ୍ୱିତୀୟ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି। ଆଜିର ପ୍ରଥମ ସେମିଫାଇନାଲ ମ୍ୟାଚ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଜୟପୁର ଏବଂ ବିଜୁପଟ୍ଟନାୟକ ଡିଗ୍ରୀକଲେଜ କୁନ୍ଦ୍ରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କୁନ୍ଦ୍ରା ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୱିକେଟ ବିନିମୟରେ ୧୮୮ ରନ ସପ୍ସଗ୍ରହ କରିଥିଲେ। ୧୮୯ ରନ ଲକ୍ଷ ରଖି ବିକ୍ରମଦେବ ଦଳ ୱିକେଟ ବିନିମୟରେ ୧୯୨ ରନ ସପ୍ସଗ୍ରହ କରି ବିଜୟଲାଭ କରିଥିଲେ। ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଦଳ ପକ୍ଷରୁ ସାହୁକାରୀ ଗୌରବ ସର୍ବାଧିକ ୭୪ ରନ ସପ୍ସଗ୍ରହ କରିଥିବା ବେଳେ କୁନ୍ଦ୍ରା ଦଳ ପକ୍ଷରୁ ଗଣେଶ ଦାସ ୭୨ ରନ ସପ୍ସଗ୍ରହ କରିଥିଲେ। ଅମ୍ପୟାର ଭାବେ ସୁନିଲ କୁମାର ବାରିକ ଓ ସିତେଶ ହରିଜନ ରହିଥିବା ବେଳେ ସ୍କୋରର ଭାବେ ଶୁଭମ ସିଂ ଓ ଜିତେନ୍ଦ୍ର ନାୟକ ଉପସ୍ଥିତ ଥିଲେ। ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ସିମିଳିଗୁଡା କଲେଜ ଏବଂ ଡିଏଭି ମହାବିଦ୍ୟାଳୟ କୋରାପୁଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଡିଏଭି କୋରାପୁଟ ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ କରି ସମସ୍ତ ୱିକେଟ ବିନିମୟରେ ୧୨୪ ରନ ସଂଗ୍ରହ କରିଥିଲେ। ୧୨୫ ରନ ଲକ୍ଷ ସିମିଳିଗୁଡା ଦଳ ସମସ୍ତ ୱିକେଟ ବିନିମୟରେ ୫୭ ରନ ସପ୍ସଗ୍ରହ କରି ପରାସ୍ତ ହୋଇଥିଲେ। ଡିଏଭି କୋରାପୁଟ ଦଳ ପକ୍ଷରୁ ନୀତିଶ କୁମାର ଜାନୀ ସର୍ବାଧିକ ୫୦ ରନ ସଂଗ୍ରହ କରିଥିଲେ। ଅମ୍ପୟାର ଭାବେ ଶେଖ ରଫ୍ ଓ ସନ୍ତୋଷ କୁମାର ଚମ୍ପତି ରହିଥିବା ବେଳେ ସ୍କୋରର ଭାବେ ଶୁଭମ ସିଂ ଓ ଜିତେନ୍ଦ୍ର ନାୟକ ଉପସ୍ଥିତ ଥିଲେ। ଆସନ୍ତା କାଲି ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଜୟପୁର ଓ ସରକାରୀ ଡିଏଭି ମହାବିଦ୍ୟାଳୟ କୋରାପୁଟ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ବିଶ୍ୱବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଭାଗବତ ପ୍ରସାଦ ସିଂ ଓ ଶ୍ରୀକାନ୍ତ ଚୌଧୁରୀ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି
