ଚମ୍ପୁଆ, ୨୯ ଡିସେମ୍ବର(ହି.ସ.) – ଓଡିଶାର ସ୍ୱାଭିମାନୀ ଜନନାୟକ ସ୍ୱର୍ଗତ ଅଶୋକଦାସଙ୍କ ପନ୍ଦର ତମ ଶ୍ରାଦ୍ଧବାର୍ଷିକୀ ଜିଲ୍ଲା ଅଶୋକ ଦାସ ସ୍ମୃତି କମିଟି ପକ୍ଷରୁ ବରିଷ୍ଠ ନେତା ସମାଜସେବୀ ସତ୍ୟନାରାୟଣ ପଣ୍ଡା (କୁନା)ଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଭାଲୁକିପତଳା ତିନି ନମ୍ବର ଲେନ ପଡିଆରେ ଭ୍ୱ୍ୟତାର ସହିତ ପାଳିତ ହୋଇଯାଇଛି, ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନପରିଷଦ ସଦସ୍ୟ ଗିରିଜା ଶଙ୍କର ମିଶ୍ର, ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ମାୟାଧର ଜେନା, ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଭରତ ଚନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଜଗନ୍ନାଥ ସିଂ,ପଂଚାୟତ ସମିତି ସଦସ୍ୟା ସସ୍ମିତା ସିଂ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଲେଖ ନାୟକ, ପୂର୍ବତନ ନଗରପାଳ ପ୍ରଭଞ୍ଜନ ପଟନାୟକ, ଭୀମସେନ ରାଉତ ସ୍ମୃତି କମିଟି ସଭାପତି କ୍ଷେତ୍ରବାସୀ ମିଶ୍ର ଯୋଗଦେଇ ଅଶୋକଦାସ ଙ୍କ ଗୁଣାବଳୀ କାର୍ଯ୍ୟାବଳୀର ସ୍ମରଣ କରି ଜନହିତକର କାର୍ଯ୍ୟଧାରାର ବିସ୍ତୃତ ବ୍ୟାଖ୍ୟା କରିବା ସହିତ ସାଧାରଣରେ ଜନନାୟକ ର ଆଖ୍ୟା ପାଇଥିବାର ପ୍ରକାଶ କରିଥିଲେ, ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ରାଜେନ୍ଦ୍ର ସିଂ ଙ୍କ ଅମର ଆତ୍ମା ର ସଦଗତି ପାଇଁ ନୀରବ ପ୍ରାର୍ଥନା କରା ଯାଇଥିଲା, ଯୁବ ଆଇନଜୀବୀ ସୂର୍ଯ୍ୟନାରାୟଣ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଗୁଣିଜନଙ୍କୁ ଉଲରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ, ଗ୍ରାମାଂଚଳରୁ ଆସିଥିବା ଅଶୋକଦାସ ପ୍ରେମୀ ନରନାରୀଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା, ପ୍ରାରମ୍ଭରେ ଅଶୋକଦାସ ଙ୍କ ତୈଳଚିତ୍ର ସମ୍ମୁଖରେ ପୂଜାର୍ଚନା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
…………………………………/ସମନ୍ୱୟ
