ଭୁବନେଶ୍ୱର, 6 ଜାନୁଆରୀ (ହି.ସ.) – ସାତକୋଶିଆରେ ଆଜି (ଶନିବାର)ଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ଆସନ୍ତା ୮ ତାରିଖ ଯାଏଁ କୁମ୍ଭୀର ଗଣନା ଚାଲିବ । ଗଣ୍ଡରେ ଉଭୟ ମଗର ଓ ଘଡ଼ିଆଳ କୁମ୍ଭୀରଙ୍କର ଗଣନା କରାଯିବ । ସେହିପରି ଆସନ୍ତା ୧୦ ତାରିଖରୁ ସାତକୋଶିଆରେ ପକ୍ଷୀ ଗଣନା ଆରମ୍ଭ ହେବ । କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ ରଖାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
