ବନଗାଓଁ, 6 ଜାନୁଆରୀ (ହି.ସ.) ରାଶନ ବିତରଣ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 17ଘଣ୍ଟା ପଚରାଉଚରା ପରେ ତୃଣମୂଳ କଂଗ୍ରେସର ନେତା ଶଙ୍କର ଆଦ୍ୟଙ୍କୁ ଶୁକ୍ରବାର ଗିରଫ କରାଯାଇଛି । ବନଗାଓଁ ସ୍ଥିତ ତାଙ୍କ ଘରୁ ଶଙ୍କରଙ୍କୁ ଗିରଫ କରାଯିବା ପରେ ଇଡି ଅଧିକାରୀମାନେ ସିଜିଓ କମ୍ପ୍ଲେକ୍ସ ଅଭିମୁଖେ ଯାଉଥିବା ବେଳେ ସେତେବେଳେ ପୁଣି ଥରେ ସ୍ଥାନୀୟ ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ ।ଲୋକମାନେ ଇଡି ଅଧିକାରୀଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ କିନ୍ତୁ ସୁରକ୍ଷା ପାଇଁ ଉପସ୍ଥିତ ଥିବା କେନ୍ଦ୍ରୀୟ ବଳ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା । ଏହାପରେ ଶଙ୍କରଙ୍କୁ ନେଇ ଅଧିକାରୀମାନେ କୋଲକାତାରେ ପହଞ୍ଚିଥିବା ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
