କେନ୍ଦୁଝର, 30 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ ଅନ୍ତର୍ଗତ ଶିରିଗିଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଲବ ତରଫରୁ ବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ ମାର୍ଗଦର୍ଶକ ନରେନ୍ଦ୍ର କୁମାର ଶତପଥୀଙ୍କ ସଂଯୋଜନାରେ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି।ଉକ୍ତ ଶିବିରକୁ ଚାରିଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତପନ କୁମାର ପଣ୍ଡା,ଶିରିଗିଡ଼ା ପ୍ରାଥମିକ ଚିକିତ୍ସାଳୟର ଅଧିକାରୀ ଡାକ୍ତର ନକୁଳ ଚନ୍ଦ୍ର ବିଶ୍ବାଳ,ବ୍ୟାଙ୍କ ଅଫ ଇଣ୍ଡିଆର ପରିଚାଳକ ଫଣିଭୂଷଣ ବେହେରା,ସରପଞ୍ଚ ମୋହନ ଚରଣ ନାୟକ ତଥା ବିଦ୍ୟାଳୟର ଅଧ୍ୟକ୍ଷ ହରିହର ପତି ମିଳିତ ଭାବେ ଉଦଘାଟନ କରିଥିଲେ।ଉକ୍ତ ମହୋତ୍ସବରେ ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀ,ପୁରାତନ ଛାତ୍ରଛାତ୍ରୀଙ୍କ ମିଳିତ ପ୍ରୟାସରେ ମୋଟ ୧୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।ଏଥିରେ ବିଦ୍ୟାଳୟର ସମସ୍ତ ସ୍ଵେଚ୍ଛାସେବୀ, ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରି ଉକ୍ତ ଶିବିରକୁ ସଫଳ କରାଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA
