
ଗଞାମ, ୧୭ ଅକ୍ଟୋବର (ହି.ସ.)- ଗଞାମ ଜିଲା ଖଲିକୋଟ ଥାନା ଭରଷା ଗ୍ରାମ ଆମ୍ବ ତୋଟାରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ପୁଲିସ୍ ଚଢଉ କରି ସେଠାରୁ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ବାର ହଜାର ୨୬୦ ଟଂକା, ଗୋଟିଏ ଖଣ୍ଡା ଜବତ ହୋଇଛି। ଥାନାରେ ୭୩୯/୨୩ ରେ ଏକ ମାମଲା ରୁଜ୍ଜୁ କରି ଜୁଆଡି ମାନଙ୍କୁ ପୁଲିସ୍ କୋର୍ଟ ଚାଲାଣ କରିଛି । ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ
