ନୂଆଦିଲ୍ଲୀ, 30 ନଭେମ୍ବର (ହି.ସ.)- ଦିଲ୍ଲୀ ନଗର ନିଗମ (ଏମସିଡି) ର 12ଟି ୱାର୍ଡର
ଉପ-ନିର୍ବାଚନ ପାଇଁ ରବିବାର ସକାଳ 7ଟା 30ରୁ ଭୋଟିଂ ଆରମ୍ଭ ହେଇଛି, ଯାହା ସଂଧ୍ୟା 5ଟା
30 ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ 6.98 ଲକ୍ଷ ମତଦାତା 580ଟି ମତଦାନ କେନ୍ଦ୍ରରେ ନିଜ
ମତ ଦେଇ 51ଜଣ ପ୍ରାର୍ଥୀଙ୍କର ଭବିଷ୍ୟତ୍ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରୁ 26ଜଣ ମହିଳା
ପ୍ରାର୍ଥୀ। ଭୋଟଗଣନା ବୁଧବାର, 3 ଡିସେମ୍ବରରେ ହେବ।
ଭୋଟିଂ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ
ପ୍ରଯୁକ୍ତି-ଆଧାରିତ,
ସୁଲଭ ଓ ବିଘ୍ନହୀନ କରିବା ପାଇଁ ବହୁ ସଂଖ୍ୟକ ଅଧିକାରୀ, କର୍ମଚାରୀ ଓ
ସୁରକ୍ଷା ବଳକୁ ନିଯୁକ୍ତ କରାଯାଇଛି। ପ୍ରତ୍ୟେକ ୱାର୍ଡ୍ରେ ଗୋଟିଏ ମଡେଲ୍ ମତଦାନ କେନ୍ଦ୍ର ଏବଂ
ଗୋଟିଏ “ପିଙ୍କ ବୁଥ” (ମହିଳାମାନେ
ପରିଚାଳିତ କରୁଥିବା ବୁଥ) ସ୍ଥାପିତ କରାଯାଇଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
