

ଭବାନୀପାଟଣା, ୪ ଡିସେମ୍ବର (ହି.ସ.)- ଚନ୍ଦ୍ରିକା ଜୈନ ଡିଗ୍ରୀ କଲେଜ ଓ ବୋର୍ଡା ପୋଲିସ ତରଫରୁ ମୋ ଓଡିଶା ନବୀନ ଓଡିଶା ସହାୟତାରେ କଳାହାଣ୍ଡି ଜିଲ୍ଲାର ବୋର୍ଡା ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ବୋର୍ଡା ଡିଗ୍ରୀ କଲେଜରୁ ଛାତ୍ର ଛାତ୍ରୀ ମାନେ ଏକ ବିରାଟ ରାଲିରେ ସଡ଼କ ସୁରକ୍ଷା ବାର୍ତ୍ତା ସ୍ଲୋଗାନ ଦେଇ ରାଜରାସ୍ତାରେ ପହଂଚି ଗାଡି ଚାଳକମାନଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନ କରିଥିଲେ। ପ୍ଲା କାର୍ଡ ବଣ୍ଟନ କରିବା ସହ ହେଲମେଟ, ସିଟ ଗାର୍ଡ ବେଲ୍ଟ ପିନ୍ଧିବାକୁ ପରାମର୍ଶ ଦେବା ସହ ବୋର୍ଡା ଛକରେ ଏକ ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ କଲେଜ ଅଧ୍ୟକ୍ଷ ଡୁଳେଶ୍ଵର ନିଆଲ, ପୋଲିସ ଅଧିକାରୀ ଚନ୍ଦ୍ରହସ୍ୟ ସାହୁଙ୍କ ସମେତ କର୍ମକର୍ତ୍ତା, ବୁଦ୍ଧିଜୀବୀ, ସମାଜସେବି, ପୋଲିସ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନେ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ନୃତ୍ୟ ପରିବେଷଣ କରିଥିଲେ। ବିନା ହେଲମେଟ ରେ ଗାଡି ଚାଳନା କରିବା, ଦୁର୍ଘଟଣାର ସମ୍ମୁଖୀନ ହେଉଥିବା, ଏବଂ ସଚେତନତା ଉପରେ ନୃତ୍ୟ ପରିବେଷଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ/ପ୍ରଦୀପ୍ତ/ସମନ୍ୱୟ
