ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.)କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବିଭିପିର ପୁରାତନ କାର୍ଯ୍ୟକର୍ତ୍ତା ଲଳିତ କୁମାର ରଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ଶ୍ରୀ ପ୍ରଧାନ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, କାକଟପୁରର ଏବିଭିପିର ପୁରାତନ କାର୍ଯ୍ୟକର୍ତ୍ତା ତଥା ମୋର ବନ୍ଧୁ ଲଳିତ କୁମାର ରଥଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସଂଗଠନ ଦାୟିତ୍ୱରେ ଥିବା ସମୟରୁ ତାଙ୍କ ସହ ମୋର ଅନେକ ପୁରୁଣା ସ୍ମୃତି ଯୋଡ଼ି ହୋଇ ରହିଛି । ସେ ଜଣେ ସରଳ, ନିଷ୍କପଟ ଓ ମଧୁର ବ୍ୟକ୍ତିତ୍ୱର ମଣିଷ ଥିଲେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
—————
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
