ଭୁବନେଶ୍ୱର, 23 ଅକ୍ଟୋବର (ହି.ସ.)- ବିଭିନ୍ନ
କୋର୍ଟରେ ବିଚାରାଧୀନ ଥିବା ଇ-ଚାଲାଣ ପ୍ରତ୍ୟାହାର କରିବାର ପଦ୍ଧତି ଯାଞ୍ଚ ଏବଂ ସରକାରଙ୍କୁ
ସୁପାରିଶ କରିବା ପାଇଁ ଆଇନ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । 24 ତାରିଖ ଅପରାହ୍ନ 3 ଟାରେ ଲୋକସେବା ଭବନରେ ବୈଠକ ବସିବା ନେଇ ସୂଚନା
ମିଳିଛି ।
ବହୁ ସଂଖ୍ୟକ ଇ-ଚାଲାଣ ଯାହା
ନିର୍ଦ୍ଧାରିତ ସମୟ ମଧ୍ୟରେ ଆରଟିଓଏବଂ ପୋଲିସ
କର୍ତ୍ତୃପକ୍ଷଙ୍କ ସ୍ତରରେ ଫଇସଲା କରାଯାଇପାରିଲା ନାହିଁ, ସେଗୁଡ଼ିକୁ
କୋର୍ଟକୁ ପଠାଯାଇଛି। ଏପରି ଅଧିକାଂଶ ମାମଲାରେ, କୋର୍ଟ ଦ୍ୱାରା
ବିଚାର କରାଯାଇ ନାହିଁ । ଏନେଇ ଆଇନ ବିଭାଗର ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ଗଠନ ହୋଇଥିଲା କମିଟି
।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
