କ୍ୱେଟା, 23 ଅକ୍ଟୋବର (ହି.ସ.)-ପାକିସ୍ତାନର ଅଶାନ୍ତ ଅଂଚଳ ବାଲୋଚିସ୍ତାନରେ
ଏକ ନିର୍ମାଣ କମ୍ପାନୀର ନଅଜଣ ଅଧିକାରୀଙ୍କୁ ଅପହରଣ କରାଯାଇଛି। ଏହି ଘଟଣାରୁ ଇସ୍ଲାମାବାଦ
ପର୍ଯ୍ୟନ୍ତ ଚିନ୍ତା ଓ ହଇଚଇ ସୃଷ୍ଟି ହୋଇଛି। ସେନା ସମଗ୍ର ଅଞ୍ଚଳକୁ ଘେରି ଅପହୃତ
ଅଧିକାରୀମାନଙ୍କ ତଲାସ ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ବିଷୟରେ କୌଣସି ସୂଚନା
ମିଳିନାହିଁ।
ଦ ବାଲୋଚିସ୍ତାନ ପୋଷ୍ଟ
(ପଶ୍ତୋ ଭାଷାରେ) ରିପୋର୍ଟ ଅନୁଯାୟୀ, ଏହି ଘଟଣା ବୁଧବାର ମସ୍ତୁଙ୍ଗ
ଜିଲ୍ଲାରେ ଘଟିଛି। ଅସ୍ତ୍ରଧାରୀ ବ୍ୟକ୍ତିମାନେ ନିର୍ମାଣ କମ୍ପାନୀର ନଅଜଣ ଅଧିକାରୀଙ୍କୁ
ଜବରଦସ୍ତି ନେଇଯାଇଥିଲେ। ଏହି ଘଟଣା ପରେ କିଛି ଅସ୍ତ୍ରଧାରୀ ଲୋକେ କଲାତର ମଙ୍ଗଚର ଅଞ୍ଚଳରେ
କ୍ୱେଟା-କରାଚି ମୁଖ୍ୟ ରାଜପଥକୁ ଅବରୋଧ କରି ଯାନବାହନଗୁଡ଼ିକର ତଲାଶି ନେଇଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
