ଭୁବନେଶ୍ୱର, 25 ନଭେମ୍ବର (ହି.ସ.) – ଆଦିବାସୀଙ୍କ ଜମି ବିକ୍ରି ସଂଶୋଧନ ବିଲ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେ କହିଛନ୍ତି ଯେ ମାଇନିଂ କରୁଥିବା ଶିଳ୍ପପତିଙ୍କୁ ସାଟିସଫାଏ କରିବା ପାଇଁ ଏ ନିଷ୍ପତି । ଶିଳ୍ପପତି ଆଦିବାସୀଙ୍କ ଜମି କିଣିଲେ ସେ ବାହାନାରେ ଅନ୍ୟ ମାନେ ମଧ୍ୟ ଜମି କିଣିଥାନ୍ତେ । ବିଧାନସଭାରେ ଏ ବିଷୟରେ ପ୍ରତିବାଦ ହୋଇଛି । ଆଗକୁ ଏକଥା ବଢିବା ଭୟ ରେ ସରକାର ବିଧାନସଭା ବନ୍ଦ କରିଦେଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗିବା ଉଚିତ । କ୍ୟାବିନେଟ ଯଦି ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ପଠେଇଲା ମୁଖ୍ୟମନ୍ତ୍ରୀ ରେକମେଣ୍ଡ କାହିଁକି କଲେ ସ୍ପଷ୍ଟ କରନ୍ତୁ । ହଠାତ ବିଧାନସଭା ବନ୍ଦ କରିବା ଅତୀତରେ କେବେ ହୋଇ ନାହିଁ । ମୁଖମନ୍ତ୍ରୀ ଲୋକଙ୍କୁ ସ୍ପଷ୍ଟ କରିବା କଥା କାହିଁକି ବିଧାନସଭା ବନ୍ଦ କରାଗଲା ।
ସେହିପରି ବିଧାନସଭାରେ ଓବିସି କମିଶନ ଦେଇଥିବା ରିପୋର୍ଟ କାହିଁକି ଉପସ୍ଥାପନା ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀକାନ୍ତ । ସାମାଜିକ ଆର୍ôଥକ ଭାବେ ଓବିସି ବର୍ଗର କଣ ବିକାଶ ହୋଇଛି ସେ ରିପୋର୍ଟରେ ଅଛି । ପ୍ରଥମ ଦିନ ରେ କମିଶନ ଦେଇଥିବା ରିପୋର୍ଟ ଉପସ୍ଥାପନା କରିବା କଥା କିନ୍ତୁ ଏହି ରିପୋର୍ଟ କୁ ଚାପି ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
