ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- କଟକର ଐତିହାସିକ ବାଲିଯାତ୍ରାକୁ ଜଗିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ। ୨୬ଟି ଏଡ ପୋଷ୍ଟ ସହ ଲାଗିବ ୫ଟି ୱାଚ ଟାୱାର। ବାଲିଯାତ୍ରା ସୁରକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବାଲିଯାତ୍ରାରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ପରିଚାଳନା, ନିଖୋଜ ଛୋଟ ପିଲାଙ୍କୁ ଉଦ୍ଧାର ଉପରେ ଗୁରୁତ୍ବ ଦିଆଯାଇଛି । ସେହିପରି ବରିଷ୍ଠ ନାଗରିକଙ୍କୁ ସହଯୋଗ ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି କଟକ ଡିସିପି କହିଛନ୍ତି । ଅଧିକ ଭିଡ଼ ଦିନେ ଛୋଟ ଛୁଆ ଓ ବରିଷ୍ଠ ଲୋକଙ୍କୁ ନଆଣିବା ପାଇଁ କଟକ ଡିସିପି ପରାମର୍ଶ ଦେଇଛନ୍ତି । ଛୋଟ ଛୁଆଙ୍କୁ ବାଲିଯାତ୍ରା ଆଣିବା ସମୟରେ ସେମାନଙ୍କ ପକେଟରେ ଘର ଲୋକଙ୍କ ମୋବାଇଲ ନମ୍ବର ଲେଖିକି ଦେବା ପାଇଁ କଟକ ଡିସିପି ଅନୁରୋଧ କରିଛନ୍ତି । ଆସନ୍ତା ୨୭ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ ବୋଲି ପ୍ରତିକ୍ରିୟାରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକ/ବନ୍ଦନା
