• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଏସ୍ଟି ଏସ୍ସି ଛାତ୍ରଙ୍କ ବୃତି ଓ ଦକ୍ଷତା ବିକାଶ ପାଂଠି ହଡପ୍ ପ୍ରତିବାଦରେ ଆଜି ଠାରୁ ସାରା ରାଜ୍ୟରେ ଆନ୍ଦୋଳନ କରିବ ଯୁବମୋର୍ଚ୍ଚା: ଅଭିଳାଷ ପଣ୍ଡା
Regional

ଏସ୍ଟି ଏସ୍ସି ଛାତ୍ରଙ୍କ ବୃତି ଓ ଦକ୍ଷତା ବିକାଶ ପାଂଠି ହଡପ୍ ପ୍ରତିବାଦରେ ଆଜି ଠାରୁ ସାରା ରାଜ୍ୟରେ ଆନ୍ଦୋଳନ କରିବ ଯୁବମୋର୍ଚ୍ଚା: ଅଭିଳାଷ ପଣ୍ଡା

CliQ INDIA
Last updated: October 18, 2023 4:56 pm
CliQ INDIA
Share
4 Min Read
SHARE

ଭୁବନେଶ୍ୱର, 18 ଅକ୍ଟୋବର – : ଓଡିଶା ଆଜି ଏକ ଦୁର୍ନୀତି ପ୍ରଦେଶରେ ପରିଣତ ହୋଇଛି । ସ୍ୱଚ୍ଛ ଶାସନର ମିଛ ଡିଣ୍ଡିମ ଏ ରାଜ୍ୟ ସରକାର ପିଟୁଛନ୍ତି ତାହା କେବଳ ଏକ ପ୍ରହେଳିକା । ଅତୀତରେ ଆମେ ଖଣି, ପାଣି ବିଭିନ୍ନ ପ୍ରକାର ଲୁଟ୍ କଥା ଓଡିଶାରେ ସାମ୍ନାକୁ ଗଣମାଧ୍ୟମ ଆଣିଛି । ପାଇଖାନା ପର୍ଯ୍ୟନ୍ତ ରାଜ୍ୟ ସରକାର ତଥା ଶାସକ ଦଳ ଓଡିଶାରେ ଗରୀବ ଲୋକଙ୍କ ଠାରୁ ଖାଇଯାଇଛନ୍ତି । ବର୍ତମାନ ଆଉ ଗୋଟିଏ ପାଦ ଆଗକୁ ଯାଇ ଓଡିଶାର ଛାତ୍ରଛାତୀ ଓ ଯୁବବର୍ଗମାନଙ୍କ ଉଦ୍ଦେଶ୍ୟରେ ଆସୁଥିବା ଟଙ୍କାକୁ ମଧ୍ୟ ହଡପ୍ କରିଛି ବିଜେଡି ସରକାର । ସ୍କୋଲାରସିପ୍ ଏବଂ ବିଶେଷ ଭାବେ ଦକ୍ଷତା ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ସିଧାସଳଖ ବାଟମାରଣା କରାଯାଇଥିବାର ସିଏଜି ରିପୋର୍ଟରେ ପ୍ରକାଶ ପାଇଛି । ଏହା ଅତ୍ୟନ୍ତ ଚିନ୍ତାଜନକ । ଏସ୍ଟି ଏସ୍ସି ଛାତ୍ରଙ୍କ ବୃତି ଓ ଦକ୍ଷତା ବିକାଶ ପାଂଠି ହଡପ୍ ପ୍ରତିବାଦରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଯୁବମୋର୍ଚ୍ଚା । ଆଜି ଠାରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଆରମ୍ଭ ହେଉଥିବା ଆନ୍ଦୋଳନ ପରବର୍ତୀ ସମୟରେ ତୃଣମୁଳ ସ୍ତର ପର୍ଯ୍ୟନ୍ତ ବ୍ୟାପକ କରାଯିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ଛାତ୍ର, ଯୁବକ, ଅଣକୁଶଳୀ ଯୁବକଙ୍କ ଦକ୍ଷତା ବିକାଶପାଇଁ ପୋଷ୍ଟ ମାଟ୍ରିକ୍ ସ୍କୋଲାରସିପ୍ ବା ମେଧାବୃତି ନାମରେ ଦୁଇଟି ସ୍କୋଲାରସିପ୍ ସରକାରଙ୍କ ଅନୁସୁଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନିପାତ କରିବା ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଡିବିଟି ଜରିଆରେ ହିତାଧିକାରୀଙ୍କ ବ୍ୟାଂକ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଇଲେ । ପ୍ରତ୍ୟେକ ବିଭାଗରେ ଡିବିଟି ସେଲ୍ ଗଠନ କରାଯାଇ ହିତାଧିକାରୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଗଲା । ମାତ୍ର ଓଡିଶାରେ ଏହାର ବ୍ୟତିକ୍ରମ କରାଗଲା । ସିଏଜି ରିପୋର୍ଟ ଅନୁଯାୟୀ ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ କୈାଣସି ସେଲ୍ ଗଠନ କରାଗଲା ନାହିଁ । ଭୁଲ୍ ତଥ୍ୟ ଓ ଆଧାର ସଂଯୋଗ କରାଯାଇ ଭୁତ ଛାତ୍ରଛାତ୍ରୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ବୃତି ହରୁଲୁଟ କରାଗଲା । ସେହିପରି ୨ଟି ସାଂପଲ ଜିଲ୍ଲାରେ ୨ ଟି ଅଣଓଡିଆ ସଂସ୍ଥା ଦ୍ୱାରା ପାଖାପାଖି ୧୫.୭୯ କୋଟି ଟଙ୍କାର ଦକ୍ଷତା ବିକାଶ ପାଂଠି କେଳେଙ୍କାରୀ ହୋଇଥିବା ସିଏଜି ରିପୋର୍ଟରେ ଖୁଲାସା ହୋଇଛି । ତାଲିକାର ପାଖାପାଖି ୩୦ ରୁ ୪୦ ପ୍ରତିଶତ ଛାତ୍ରଛାତ୍ରୀ ବୃତି ପାଇବାରୁ ବଂଚିତ ହୋଇଛନ୍ତି ଏବଂ ତାହା ମଧ୍ୟରୁ ଅର୍ଦ୍ଧାଧିକ ଭୁତ ଛାତ୍ରଛାତ୍ରୀ । ଚଂଚକତା କରାଯାଇ ଭୁତ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନକୁ ଏହି ଛାତ୍ରବୃତି ଟଙ୍କା ଦିଆଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଆଜି ତାମିଲନାଡୁରୁ ବେପାରୀମାନେ ଆସି ଓଡିଆମାନଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରିଚାଲିଛନ୍ତି । ଅନୁମୋଦନ ମିଳିନଥିବା ବିଏସ୍ଏସ୍ ନାମକ ଏକ ତାମିଲ ସଂସ୍ଥା ଏବଂ ଏନସିଭିଆରଟି ନାମକ ଆଉ ଏକ ଅଣଓଡିଆ ସଂସ୍ଥା ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ପାଖାପାଖି ୧୬ଟି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଯେଉଁଥିରୁ ୮ଟିର ଆଦୈା ସ୍ଥିତି ନାହିଁ । ସେହିଭଳି ଆଉ ଗୋଟିଏ ଅନୁଷ୍ଠାନର ମୋଟ କାପାସିଟି ୬୦ ହୋଇଥିବାବେଳେ ୭୨୦ଙ୍କୁ ପ୍ରଶିକ୍ଷିତ କରାଯାଉଥିବାର ଦର୍ଶାଇ ବ୍ୟାପକ ପରିମାଣର ଟଙ୍କା ବାଟମାରଣା କରାଯାଉଛି । ଏହି ଦୁଇଟି ସଂସ୍ଥା ୧୫.୭୯ କୋଟି ଟଙ୍କା ଲୁଟି ନେଇଗଲେ ବୋଲି ସିଏଜି ରିପୋର୍ଟରେ ପ୍ରକାଶ ପାଇଛି । ବାଲେଶ୍ୱରର ଚର୍ଚ୍ଚ କ୍ୟାଂପସରେ ଥିବା ବ୍ୟାଂକରେ ଏସଏସଆଇଟି ସଂସ୍ଥା ନାମକ ଦକ୍ଷତା ବିକାଶ କେନ୍ଦ୍ରରେ ତାଲିମ ନେଉଥିବା ୧୦୭୭ ଜଣ ଯୁବକଙ୍କ ବ୍ୟାଂକ ଆକାଉଂଟକୁ ଗୋଟିଏ ମୋବାଇଲ ନମ୍ବର ସହ ସଂଯୋଗ କରାଯାଇଛି ଏବଂ ଜଣେ ମାତ୍ର ଇନ୍ଟ୍ରୋଡ୍ୟୁସର ଅଛନ୍ତି । ଏହି ଭାବେ ଚଂଚକତା କରାଯାଇ କୋଟି କୋଟି ଟଙ୍କା ହଡପ୍ କରାଯାଇଛି । ଏଥିରେ ବ୍ୟାପକ ପିସି କାରବାର ହୋଇଛି ଏବଂ ବହୁ ବଡବଡିଆଙ୍କ ସଂପୃକ୍ତି ରହିଛି । ଯଦି ୨ଟି ଜିଲ୍ଲାରେ ୧ ବିଭାଗରେ ୨ଟି ସଂସ୍ଥା ଜରିଆରେ ଏଭଳି ହରିଲୁଟ୍ କରାଯାଇଛି, ତାହେଲେ ରାଜ୍ୟବ୍ୟାପୀ ସମସ୍ତ ବିଭାଗକୁ ମିଶାଇଲେ ଏହି ପରିମାଣ କେତେ ଯେ ହେବ, ତାହା ପରିକଳ୍ପନା ବାହାରେ । ଏଭଳି କଳା କାରନାମା ରାଜ୍ୟରେ ଚାଲିଛି ଏବଂ ସଠିକ୍ ତଦନ୍ତ ହେଲେ ବହୁ ସତ୍ୟ ସାମ୍ନାକୁ ଆସିବ । ଗରୀବ ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କ ପାଇଁ ଆସୁଥିବା ମେଧାବୃତି ଟଙ୍କାକୁ ହଡପ୍ କରି ତାଙ୍କ ଭବିଷ୍ୟତ ସହ ଖେଳୁଥିବା ବିଜେଡି ସରକାରର ଆଭିମୁଖ୍ୟ ଅତ୍ୟନ୍ତ ଘୃଣ୍ୟ ଏବଂ ଏହା ବିରୁଦ୍ଧରେ ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁଜିତ୍ ସିଂ, ରାଜ୍ୟ ସଂପାଦକ ଜୀବନ ରାଉତ ଏବଂ ଆଶୁତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

You Might Also Like

ପୁରୀରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଡିଜିପି
କୋରାପୁଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
ଚାଖି ଖୁଣ୍ଟିଆଙ୍କ ସ୍ମରଣ କଲେ ଧର୍ମେନ୍ଦ୍ର ପ୍ରଧାନ | BulletsIn
ଡଙ୍ଗରଛିଞ୍ଚି ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର
ଆଜି ଝାଡ଼ଖଣ୍ଡରେ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ପକ୍ଷରୁ ଆଜି ମଂଚସ୍ଥ ହେବ ନାଟକ 'ସମୟ କହିବ କିଏ କାହାର'
Next Article ମୁରଲୀ ଧରନ ଦୁଇଦିନିଆ ଗସ୍ତରେ ଆଜି ଓମାନ ଯିବେ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?