ଭୁବନେଶ୍ୱର, 4 ନଭେମ୍ବର (ହି.ସ.)- ଆଜି ଝାଡ଼ଖଣ୍ଡରେ ମାରାଥନ ପ୍ରଚାର କରିବେ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଝାଡ଼ଖଣ୍ଡର ଉପ ନିର୍ବାଚନରେ ଦଳୀୟ ପ୍ରାଥୀଙ୍କ ପାଇଁ ଭୋଟ
ମାଗିବେ ମୋହନ ମାଝୀ । ଇଷ୍ଟ ସିଂ ଭୂମି ଜିଲ୍ଲାର ଡମପଡାରେ ଅନୁଷ୍ଠିତ ବିଶାଳ ଜନ ସମାବେଶରେ
ସମ୍ବର୍ଦ୍ଧିତ କରିବା ସହ ବିଶାଳ ରୋଡ ଶୋ ମଧ୍ୟ କରିବାର ରହିଛି କାର୍ଯ୍ୟକ୍ରମ। ସେହିପରି
ଗୁଡାବନ୍ଧ ଠାରେ ବି ଜନ ସମାବେଶରେ ଯୋଗଦେଇ ବିଜେପି ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ଲୋଡ଼ିବେ
ଜନମତ।
ମୋହନ ଝାଡ଼ଖଣ୍ଡ ଘାଟସିଲା ନିର୍ବାଚନ ମଣ୍ଡଳୀରେ
ହେଉଥିବା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ବାବୁଲାଲ ସୋରେନଙ୍କ ପାଇଁ ପ୍ରଚାର କରିବେ । ଝାଡ଼ଖଣ୍ଡ
ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ରାମଦାସ ସୋରେନଙ୍କ ମୃତ୍ୟୁ ପରେ ଘାଟସିଲା ଆସନଟି ଖାଲି ପଡ଼ିଥିଲା | ୨୦୨୪ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ, ରାମଦାସ ସୋରେନ ୨୨,୪୪୬ ଭୋଟ
ବ୍ୟବଧାନରେ ବାବୁଲାଲ ସୋରେନଙ୍କୁ ପରାସ୍ତ କରିଥିଲେ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
