ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଲୋକସଭା କ୍ଷେତ୍ରରୁ ତୃତୀୟ ଥର ପ୍ରାର୍ଥୀ ହେବା ପରେ ଶନିବାର ସନ୍ଧ୍ୟାରେ ପ୍ରଥମ ଥର କାଶୀ ଗସ୍ତରେ ଆସୁଛନ୍ତି । ଦୁଇଦିବସୀୟ ଏହି ଗସ୍ତରେ ପ୍ରାଚୀନ ନଗରୀକୁ ଆସୁଥିବା ପିଏମଙ୍କ ସ୍ୱାଗତ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ବାବତପୁର ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ,, ପ୍ରଦେଶ ମହାମନ୍ତ୍ରୀ ସଂଗଠନ ଧର୍ମପାଳ ସିଂହ, ଜନପଦ ପ୍ରଭାରୀ ତଥା କ୍ୟାବିନେଟ୍ ମନ୍ତ୍ରୀ ଜୟଭୀର ସିଂହ ଓ ଅନ୍ୟ ମନ୍ତ୍ରୀ ତାଙ୍କ ସ୍ୱାଗତ କରିବେ ।
ପ୍ରଧାନମନ୍ତ୍ରୀ ଏୟାରପୋର୍ଟରୁ ଶ୍ରୀକାଶୀ ବିଶ୍ୱନାଥ ମନ୍ଦିର ଯାଏ ରୋଡ୍ ଶୋ କରି ପହଂଚିବେ । ବିଜେପି କାଶୀ କ୍ଷେତ୍ର ଅଧ୍ୟକ୍ଷ ଦିଲୀପ ସିଂହ ପଟେଲଙ୍କ ଅନୁସାରେ କାଶୀକୁ 44ତମ ଥର ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ପ୍ରାୟ 38ଟି ପଏଣ୍ଟ ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ଏୟାରପୋର୍ଟରୁ ବାହାରକୁ ଆସିବା ମାତ୍ରେ ତିନୋଟି ସ୍ଥାନରେ ଢୋଲ, ନଗାଡେ ବଜାଯିବ । ଏହାସହିତ ଗୋଲାପ ପାଖୁଡା ବର୍ଷା କରି ତାଙ୍କ ସ୍ୱାଗତ କରାଯାଇଛି । ପ୍ରତି ସ୍ଥାନରେ ପାର୍ଟିର ବିଧାୟକ ଓ କାର୍ଯ୍ୟକର୍ତ୍ତା ଢୋଲ-ନଗାଡା ସହିତ ପୁଷ୍ପବର୍ଷା କରି ପିଏମଙ୍କ ଅଭିନନ୍ଦନ କରିବେ ।
