ଭୁବନେଶ୍ୱର – କେନ୍ଦ୍ର ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ୍ . ଜୟଶଙ୍କର ଆସନ୍ତାକାଲି (ଶନିବାର)ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଓଡିଶା ଗସ୍ତ ବେଳେ ଜୟଶଙ୍କର କଟକ, ଭୁବନେଶ୍ୱର ଓ ସମ୍ବଲପୁରରେ ବୃଦ୍ଧିଜୀବୀଙ୍କୁ ଭେଟିବେ । ଏସ୍ ଜୟଶଙ୍କର ଏହି ଦୁଇ ଦିନର ଗସ୍ତ ବେଳେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରି ଗୁରୁମନ୍ତ୍ର ଦେବେ । ଏହାସହ ଗଣମାଧ୍ୟମ ପ୍ରତିନିଧି ଓ ଖବର କାଗଜର ଏଡିଟରଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ଉପସଭାପତି ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ସେହିପରି ୫ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ନଡ୍ଡା କଟକରେ କାର୍ଯ୍ୟକର୍ତାଙ୍କ ବୈଠକରେ ଯୋଗ ହେବ । ପରେ ଭୁବନେଶ୍ୱରରେ ପହଂଚି ଦଳୀୟ କର୍ମକର୍ତାଙ୍କ ସହ ଆଲୋଚନା କରିବେ । ସେହିଭଳି ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।
