




















ମାଲକାନଗିରି, ୧ ମାର୍ଚ୍ଚ :- ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ହ୍ୱିଲ୍ ଚେୟାର ଦିବସ ପାଳନ ଧୂମ ଧାମ ରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଦିବସ ପାଳନ ସମାରୋହରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୪୩୦ ଜଣ ଭିନ୍ନକ୍ଷମ ଯୋଗ ଦେଇଥିଲେ। ଏହି ଦିବସ ପାଳନ ସମାରୋହରେ ୫ ଜଣ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ଟ ୨,୫୦,୦୦୦ର ଚେକ (ଦମ୍ପତି ପିଛା ) ପ୍ରଦାନ କରଯାଇଥିଲା , ଅଙ୍କନ/ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସେହିପରି ଭିନ୍ନକ୍ଷମଙ୍କ ସନ୍ତାନଙ୍କ ପାଠ ପଢା ବାବଦରେ ଛାତ୍ର ବୃତି ରେ ଜଣଙ୍କୁ ୧୦୯୩୫ .୦୦ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିୟାନ ଯୋଜନାରୁ ପ୍ରଦାନ କରାଯାଇଥିଲା । ଏହାପରେ ଆସିଥିବା ସମସ୍ତ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ହ୍ୱିଲ୍ ଚେୟାର ଦୌଡ ପ୍ରତିଯୋଗୀତା କରାଯାଇଥିଲା । ଏବଂ ସେଥିରେ ଉତିର୍ଣ୍ଣ ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସମସ୍ତ ଅଂଶଗ୍ରହଣକାରିଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଅଧ୍ୟକ୍ଷା , ଜିଲ୍ଲା ପରିଷଦ ଶ୍ରୀମତୀ ସମାରୀ ତାଙ୍ଗୁଲ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ନନ୍ଦ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ.ଅମିଦ ହୁସେନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଲ ଧରୁଆ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ସଶ୍ମିତା ସ୍ଵାଇଁ, ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଡ. ରଞ୍ଜନ ସ୍ଵାଇଁ, ଏପିଡେମିୟଲୋଜିଷ୍ଟ ଡ. ରାଜ, ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ର ପରିଚାଳକ ହରିବନ୍ଧୁ ଦେଶୀନା ୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆୟୋଜନ କରିଥିବା ବେଳେ ଏଥିରେ ଜିଲ୍ଲାର ସ୍ଵାସ୍ଥ୍ୟ ବିଭାଗ ଏବଂ ମାଲକାନଗିରି ମହାବିଦ୍ୟାଳୟ ସହଯୋଗର ହାତ ବଢାଇଥିଲେ।
