ପୁର, ପୁରୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଆନୁକୂଲ୍ୟରେ ଏକ ଏଂଟରପ୍ରିନରସିପ ଡେଭଲପମେଂଟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଇ ଇ ଡି ଓ, ଏସ.ଆଇ.ୱାଇ.ବି ଏବଂ ଆଇ.ଏଲ. ଓ. ର ମିଳିତ ଉଦ୍ୟମରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ୫୦ ରୁ ଅଧିକ ଉଦ୍ୟମିତା ଆକାଂକ୍ଷୀ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର ର ପରିଚାଳକ ଅମୂଲ୍ୟ ରତ୍ନ ପଣ୍ଡା, ପୁରୀ ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଇଂ. ଅରବିନ୍ଦ ଘୋଷ ଏବଂ ପ୍ରଭାକର ରାଓ, ନିର୍ଦ୍ଦେଶକ, ଆଇ ଇ ଡି ଓ, କର୍ମଶାଳା ର ଉଦଘାଟନ କରିଥିଲେ । ଇଂ. ଅରବିନ୍ଦ ଘୋଷ ନିଜ ବକ୍ତବ୍ୟ ରେ ଆଇଟିଆଇ ଶିକ୍ଷା ପରବର୍ତୀ ଉଦ୍ୟୋଗିତା ସୁଯୋଗ ଉପରେ ଆଲୋକପାତ କରି ଛାତ୍ର ଛାତ୍ରୀ ନିଜକୁ ଜଣେ ଜଣେ ଉଦ୍ୟମି ହେବାପାଇଁ ଉତ୍ସାହିତ କରିଥିଲେ । ଉକ୍ତ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମରେ ଉଦ୍ୟମିତା ଏବଂ ଉଦ୍ୟମିତାତ୍ମକ ସୃଷ୍ଟି ସମ୍ବନ୍ଧିତ ବିଭିନ୍ନ ଆଲୋଚନାରେ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ଉଦାହରଣ ମାଧ୍ୟମରେ ଆଶାୟୀ ପାର୍ôଥ ମାନଙ୍କୁ ନୂତନ କଳ୍ପନାରୁ ବାସ୍ତବତା ଓ ଉଦ୍ୟମିତା ରୁ ସମୁଦାୟ ରେ ପ୍ରଗତି ସମ୍ବନ୍ଧିୟ ବିଶେଷ ସୂଚନା ଦିଆଯାଇଥିଲା ।
