ଭୁବନେଶ୍ୱର, 9 ସେପ୍ଟେମ୍ବର (ହି.ସ.)- ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ – ୨୦୨୫ ଏବଂ ଯୌତୁକ ନିଷେଧ
ଅଧିନିୟମ – ୧୯୬୧ ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି । ଏହି ଶିବିରରେ
ଯୋଗ ଦେଇ ଘରୋଇ ହିଂସା ଉପରେ ଗୁରୁତ୍ୱ ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ପୂଜା ସମୟରେ
ଉପବାସରେ ରହିବା ଭଳି ରିଲ୍ସଓ ସୋସିଆଲ ମିଡ଼ିଆ, ମୋବାଇଲ ଠାରୁ କିଛି ସମୟ ବିରତି ନିଅନ୍ତୁ ମହିଳା । ଆଜି ଲୋକସେବା
ଭବନ କନଭେନସନ ହଲ୍ ରେ ଯୌତୁକ ଏବଂ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ନେଇ ଏକ
କର୍ମଶାଳା ଆୟୋଜିତ ହୋଇଥିଲା । ଭଦ୍ରକରୁ ଆସିଥିବା ମହିଳା ସମାଜସେବୀ ସୋଫିଆ ସେଖ୍ କହିଥିଲେ
ଆଜିକାଲି ରିଲ୍ସ ସୋସିଆଲ ମିଡ଼ିଆ ଏବଂ ମୋବାଇଲର ଅଧିକ ବ୍ୟବହାର ଯୋଗୁଁ ଘରୋଇ ହିଂସା ବଢୁଛି ।
ତେଣୁ ଏହା ଉପରେ ଦୃଷ୍ଟି ଦିଆଯିବା ଦରକାର ବୋଲି କହିଲେ ସମାଜସେବୀ ସୋଫିଆ । ଯାହାକୁ ନେଇ
ମୋବାଇଲ ଓ ସୋସିଆଲ ମିଡ଼ିଆ ଅଧିକ ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ଅପିଲ କରିଥିଲେ ଉପ
ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
