ବାରଣାସୀ, ୧୯ ଅକ୍ଟୋବର – ଜ୍ଞାନବ୍ୟାପି ପରିସର ସ୍ଥିତ ବ୍ୟାସଜୀଙ୍କ ତଳମହଲାକୁ ଜିଲ୍ଲାଅଧିକାରୀଙ୍କୁ ହସ୍ତାନ୍ତର କରିବା ମାମଲାର ଶୁଣାଣୀ ଜିଲ୍ଲା ଜଜ୍ଙ୍କ ଅଦାଲତରେ ହେବ । ଜିଲ୍ଲା ଜଜ୍ ବ୍ୟାସ ପରିବାରର ଆବେଦନ ମଂଜୁର କରି ଗୁରବାର ଦିନ କହିଛନ୍ତି ଏହି କେସ୍କୁ ସିବିଲ ଜଜ୍ ସିନିୟର ଡିଭିଜନ୍ରୁ ଫେରାଇ ନିଆଯାଇ ଜିଲ୍ଲାଜଜ୍ଙ୍କ ଅଦାଲତ୍ରେ ଶୁଣାଣୀ ହେବ ।
ବ୍ୟସଜୀଙ୍କ ତଳମହଲାକୁ ନେଇ ପକ୍ଷ ରଖିଥିବା ଶୈଳେନ୍ଦ୍ର କୁମାର ପାଠକ ବ୍ୟାସ ସିବିଲ ଜଜ୍ ସିନିୟର ଡିଭିଜନ୍ ଅଦାଲତରେ ଏକ ମାମଲା ଦାଖଲ କରିଯାଇଥିଲା । ଏହା ପରେ ସେ ଏହି ମାମଲାକୁ ଜିଲ୍ଲାଜଜ୍ ଅଦାଲତକୁ ସ୍ତାନାନ୍ତରିତ କରିବାକୁ ଅନୁରୋଧ କରିଥିଲେ । ବ୍ୟାସଙ୍କର ଓକିଲ ବିଷ୍ଣୁ ଶଙ୍କର ଜୈନ୍ , ସୁବାଷ ନନ୍ଦନ୍ଏବଂ ସୁଧିର ତ୍ରିପାଠି ସିବିଲ ଜଜ୍ ସିନିୟର ଡିଭିଜନ୍ଙ୍କ ଅଦାଲତ୍ ଏହି ଆବେଦନ ଦାଖଲ କରିଥିଲେ । ଜ୍ଞାନବ୍ୟାପିର ଅନ୍ୟ ମାମଲାଗୁଡିକ ମଧ୍ୟ ଜିଲ୍ଲା ଅଦାନତରେ ମଧ୍ୟ ଚାଲିଛି ।
