ଭଦ୍ରକ, ୨୯ ମାର୍ଚ୍ଚ ପୋଖରୀରେ ବୁଡି ଏକ ୭ ବର୍ଷର ବାଳକର ମୃତ୍ୟୁ ଘଟିଛି । ସେ ମାମୁଁ ଘରକୁ ବୁଲିବାକୁ ଆସିଥିବା ବେଳେ ଆଜି ପୂର୍ବାହ୍ନରେ ପୋଖରୀକୁ ଗାଧୋଇବାକୁ ଯାଇଥିଲା । ଏହି ସମୟରେ ପାଣିରେ ବୁଡି ତା’ର ମୃତ୍ୟୁ ଘଟିଛି । ମୃତ ବାଳକର ନାମ ଚନ୍ଦନ ଜାନା । ତାଙ୍କ ବାପାଙ୍କ ନାମ ରଣଜିତ ଜାନା ଏବଂ ଘର ବାସୁଦେବପୁର ମ୍ୟୁନିସିପାଲଟିର ୧ ନମ୍ବର ୱାର୍ଡରେ ବୋଲି ଜଣାପଡିଛି ।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କିସ୍ମତ କୃଷ୍ଣପୁର ପଂଚାୟତ ଅନ୍ତର୍ଗତ ବୋହୂମା ଘେରି ଗ୍ରାମରେ ଏହି ଅଘଟଣ ଘଟିଛି । ଏହି ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ ବାସୁଦେବପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ବାଳକର ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।
