ନୂଆଦିଲ୍ଲୀ, ୨୯ ମାର୍ଚ୍ଚ– ହାଇଦ୍ରାବାଦସ୍ଥିତ ସିବିଆଇର ସ୍ପେଶାଲ କୋର୍ଟ ଶୁକ୍ରବାର ଦିନ ଆୟ ବର୍ହିଭୂତ ସମ୍ପତି ମାମଲାରେ ତତ୍କାଳୀନ ସହାୟକ ଶ୍ରମ ଆୟୁକ୍ତଙ୍କୁ ଦୁଇବର୍ଷର କଠୋର କାରାଦଣ୍ଡ ଏବଂ ଏକଲକ୍ଷ ଟଙ୍କା ଜରିମାନାର ସଜା ଶୁଣାଇଛନ୍ତି ।
ହାଇଦ୍ରାବାଦର ତତ୍କାଳୀନ ସହାୟକ ଶ୍ରମ ଆୟୁକ୍ତ ଥୋଡ଼ି ରମେଶଙ୍କ ବିରୁଦ୍ଧରେ ସିବିଆଇ ୧ ଡିସେମ୍ବର ୨୦୦୬କୁ ଆୟ ବର୍ହିଭୂତ ସମ୍ପତି ମାମଲା ରୁଜୁ କରିଥିଲା ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
…………………………………/ସମନ୍ୱୟ
