ଭୁବନେଶ୍ୱର, 16 ଏପ୍ରିଲ – ପୁରୀରୁ ପଶ୍ଚିମବଙ୍ଗର ହଳଦିଆ ଯାଉଥିବା ଯାତ୍ରୀବାହୀ ବସ୍ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବାରବାଟୀ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୋମବାର ରାତ୍ରୀରେ ‘କାଳିଆନନା’ ନାମକ ଏହି ବସ ଫ୍ଲାଏଓଭର ଉପରୁ ପ୍ରାୟ ୩୦ଫୁଟ୍ ତଳକୁ ଖସିପଡ଼ିଥିଲା । ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।ଗୁରୁତର ଆହତ ମାନଙ୍କୁ କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି କରାଯାଇଛି ।
