ବଲାଙ୍ଗିର, ୧୧ ନଭେମ୍ବର (ହି.ସ.)- ନକଲି ବିଇଡ଼ି ସାର୍ଟିଫିକେଟ୍ ଦେଇ ଚାକିରି କରୁଥିବାରୁ ଗିରଫ ହୋଇଛନ୍ତି ଆଉ ଜଣେ ଶିକ୍ଷକ । ଗତକାଲି ଏହି ଖବର ପ୍ରଚାର ହେବା ପରେ ଶିକ୍ଷକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କରେ ବଲାଙ୍ଗିର ଏସଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ବଲାଙ୍ଗିର ଡିଇଓ ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକାର ପଲ୍ଲିଶ୍ରୀ ନୋଡ଼ାଲ ହାଇସ୍କୁଲରେ କାର୍ୟ୍ୟରତ ଶିକ୍ଷକ ଭକ୍ତ କୁମାର ସେଠ୍ ନକଲି ବିଇଡ଼ି ସାର୍ଟିଫିକେଟ୍ ଦେଇ ଚାକିରି କରୁଥିବା ସମ୍ପର୍କରେ ବଲାଙ୍ଗିର ଟାଉନ୍ ଥାନାରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଉତ୍ତରପ୍ରଦେଶର ଗୋଟିଏ ବିଶ୍ଵବିଦ୍ୟାଳୟରୁ ଅଣାଯାଇଥିବା ଏହି ସାର୍ଟିଫିକେଟ ନକଲି ଜଣାପଡିବା ଅଭିଯୋଗ କରିବା ପରେ ଟାଉନ ପୋଲିସ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଗତକାଲି ଜାଲ୍ ସାର୍ଟିଫିକେଟ୍ ଧାରୀ ଶିକ୍ଷକ ଶ୍ରୀ ସେଠ୍ ଙ୍କୁ ଗିରଫ କରିଛି ତାଙ୍କୁ କୋର୍ଟ ଚାଲାଣ କରା ଯାଇଛି। ଟାଉନ୍ ଥାନା କେସ୍ ନଂ ୬୩୦/୨୦୨୩ ଦଫା ୪୨୦/୪୬୮/୪୭୧ ଆଇପିସି ବଳରେ ଗିରଫ ନକଲି ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡ଼ିପିଓ ଶ୍ରୀ ବାଗ୍ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ
