ଭୁବନେଶ୍ୱର, 26 ଜାନୁଆରୀ : – ସୁନାମଧନ୍ୟ ବିଶିଷ୍ଟ ଫଟୋ ଚିତ୍ରଶିଳ୍ପୀ ଶ୍ରୀ ବିନୋଦ ମହାରଣା ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ମନୋନୀତ ହୋଇଥିବାରୁ ଆଜି ପୁରୁଣା ଭୁବନେଶ୍ଵରସ୍ଥିତ ତାଙ୍କ ବାସଭବନରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଦଳୀୟ ନେତୃବୃନ୍ଦ ଙ୍କ ସହ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ହଜାର ହଜାର ବର୍ଷର ପ୍ରାଚୀନ କଳାକୁ ଆଜି ରାଷ୍ଟ୍ରୀୟ ସ୍ତରରେ ସୀକୃତି ମିଳିବା ଆମ ରାଜ୍ୟ ଗର୍ବର ବିଷୟ। ଲୁକାୟିତ ପ୍ରତିଭାକୁ ଆଜି ରାଷ୍ଟ୍ରୀୟ ସ୍ତରରେ ସମ୍ମାନୀତ କରିଥିବାରୁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ ଶ୍ରୀସିଂ।
