• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଭୁବନେଶ୍ୱର ସିଏସଆଇଆର-ଆଇଏମଏମଟିରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପାଇଲଟ୍‌ ପ୍ରକଳ୍ପର ଉଦଘାଟନ କଲେ ଡକ୍ଟର ଜିତେନ୍ଦ୍ର ସିଂହ
Regional

ଭୁବନେଶ୍ୱର ସିଏସଆଇଆର-ଆଇଏମଏମଟିରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପାଇଲଟ୍‌ ପ୍ରକଳ୍ପର ଉଦଘାଟନ କଲେ ଡକ୍ଟର ଜିତେନ୍ଦ୍ର ସିଂହ

CliQ INDIA
Last updated: July 18, 2025 12:55 pm
CliQ INDIA
Share
5 Min Read
SHARE
ଭୁବନେଶ୍ୱର ସିଏସଆଇଆର-ଆଇଏମଏମଟିରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପାଇଲଟ୍‌ ପ୍ରକଳ୍ପର ଉଦଘାଟନ କଲେ ଡକ୍ଟର ଜିତେନ୍ଦ୍ର ସିଂହ

ଭୁବନେଶ୍ୱର, 18 ଜୁଲାଇ (ହି.ସ.) କେନ୍ଦ୍ର ବିଜ୍ଞାନ ଓ କାରିଗରୀ; ଭୂବିଜ୍ଞାନ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆଣବିକ ଶକ୍ତି, ମହାକାଶ, କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଭୁବନେଶ୍ୱରସ୍ଥିତ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ- ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ସିଏସଆଇଆର-ଆଇଆଇଏମଟି) ପରିସରରେ ଡିବିଟି-ଆଇଏଲଏସ ସହଯୋଗରେ ପ୍ରତିଷ୍ଠିତ ମିଳିତ ସାମୁଦ୍ରିକ ବାୟୋମାନୁଫାକ୍ଚରିଂ ୟୁନିଟ୍ ପାଇଁ ଶିଳାନ୍ୟାସ କରିଛନ୍ତି। ଏହା ପ୍ରତିଷ୍ଠାନର ସାମୁଦ୍ରିକ ଖଣିଜ ଗବେଷଣା ସହିତ ଜୈବ ପ୍ରଯୁକ୍ତିବିଦ୍ୟାକୁ ସଂଯୋଗ କରିବ।

କେନ୍ଦ୍ର ମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ପିଏମଏନ ପର୍ଯ୍ୟାୟ ଦୁଇ, ଏକ ଭୂଲମ୍ବ ଶାଫ୍ଟ ପାଇଲଟ୍ ପ୍ଲାଣ୍ଟ ଏବଂ ଏକ ଦୀର୍ଘସ୍ଥାୟୀ ପୁନଃଚକ୍ରଣ କେନ୍ଦ୍ର ସମେତ ବିଭିନ୍ନ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଥିଲେ। ସେ ଡିବିଟି-ଆଇଏଲଏସ ସହଯୋଗରେ ପ୍ରତିଷ୍ଠା କରାଯିବାକୁ ଥିବା ମିଳିତ ସାମୁଦ୍ରିକ ଜୈବ ଉତ୍ପାଦନ ସୁବିଧା ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ପ୍ରତିଷ୍ଠାନର ସାମୁଦ୍ରିକ ଖଣିଜ ଗବେଷଣା ସହିତ ଜୈବପ୍ରଯୁକ୍ତିକୁ ସଂଯୋଗ କରିବ। ଏହି ପଦକ୍ଷେପଗୁଡ଼ିକ ମୋଦୀ ସରକାରଙ୍କ ସମନ୍ୱିତ ବିଜ୍ଞାନ ଆଭିମୁଖ୍ୟ – ‘‘ସମ୍ପୂର୍ଣ୍ଣ ବିଜ୍ଞାନ ଏବଂ ସମଗ୍ର ରାଷ୍ଟ୍ର’’କୁ ପ୍ରତିଫଳିତ କରେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ସିଏସଆଇଆର-ଆଇଆଇଏମଟି ପରିସରରେ ପ୍ରମୁଖ ଗବେଷଣା ଏବଂ ପାଇଲଟ୍-ସ୍ତରର ପ୍ରକଳ୍ପର ଉଦଘାଟନ କରିବା ସମୟରେ ଡକ୍ଟର ଜିତେନ୍ଦ୍ର ସିଂହ ଏକ ଆତ୍ମନିର୍ଭରଶୀଳ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ରାଷ୍ଟ୍ରର ସ୍ୱପ୍ନ ପୂରଣ କରିବାରେ ଭାରତର ଖଣି ଏବଂ ଖଣିଜ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି ଅଗ୍ରଣୀ ପ୍ରତିଷ୍ଠାନର ବୈଜ୍ଞାନିକ, ପ୍ରଯୁକ୍ତିବିଦ୍‌ ଏବଂ ଗବେଷକମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ସମ୍ବଳ ଉପଯୋଗ, ସ୍ୱଦେଶୀ ପ୍ରଯୁକ୍ତି ବିକାଶ ଏବଂ ଦୀର୍ଘସ୍ଥାୟୀ ଖଣିଜ କ୍ଷେତ୍ରରେ ସିଏସଆଇଆର-ଆଇଆଇଏମଟିର ଅବଦାନକୁ ପ୍ରଶଂସା କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ‘‘ବିକଶିତ ଭାରତ ୨୦୪୭’’ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ପରିକଳ୍ପନାକୁ ସାକାର କରିବା ପାଇଁ ଏପରି ବୈଜ୍ଞାନିକ ପ୍ରୟାସ ଅତ୍ୟନ୍ତ ଜରୁରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉକ୍ତିକୁ ଉଦ୍ଧାର କରି ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ, ‘‘ଆମ ଅର୍ଥବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇଥିବାରୁ ଏକ ଦୃଢ଼ ଖଣି ଏବଂ ଖଣିଜ କ୍ଷେତ୍ର ବିନା ଆତ୍ମନିର୍ଭରଶୀଳତା ସମ୍ଭବ ନୁହେଁ। ଏହି ପ୍ରତିଷ୍ଠାନଟି ଭୌଗୋଳିକ ଏବଂ ବିଶେଷଜ୍ଞତା ଦୃଷ୍ଟିରୁ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଦୀର୍ଘସ୍ଥାୟୀ ବସ୍ତୁ ବିକାଶ କ୍ଷେତ୍ରରେ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଅନନ୍ୟ ଭାବରେ ସ୍ଥାନିତ ହୋଇଛି।’’

୧୯୬୪ ମସିହାରେ ପ୍ରତିଷ୍ଠିତ ସିଏସଆଇଆର-ଆଇଏମଏମଟି, ପର୍ଯ୍ୟାୟ ସାରଣୀରୁ ୪୧ଟି ଉପାଦାନ ଉପରେ ଜ୍ଞାନ ଆଧାର ବିକଶିତ କରିଛି। ଲୁହାପଥର, ଫେରୋକ୍ରୋମ, ତମ୍ବା, କୋବାଲ୍ଟ ଏବଂ ନିକେଲ୍ ସମେତ ବିଭିନ୍ନ ଧାତୁର ଲାଭଦାୟକ ଗୁଣ ଏବଂ ନିଷ୍କର୍ଷଣ ପାଇଁ ଅଗ୍ରଣୀ ପ୍ରଯୁକ୍ତିବିଦ୍ୟାର ବିକଶିତ କରିଛି। ଲାଲ ମାଟି, ଫ୍ଲାଇ ଆଶ୍‌ ଏବଂ ଫସ୍ଫୋ-ଜିପ୍ସମ ଭଳି ଶିଳ୍ପ ବର୍ଜ୍ୟର ଉପଯୋଗ ଏବଂ ଶିଳ୍ପ କ୍ଷେତ୍ରରେ ବର୍ତ୍ତମାନ ଫ୍ଲୋଟେସନ କଲମ୍‌ ଏବଂ ସ୍କ୍ରୁ ସ୍କ୍ରବର୍‌ ଭଳି ସ୍ୱଦେଶୀ ଉପକରଣ ବିକାଶ କ୍ଷେତ୍ରରେ ପ୍ରତିଷ୍ଠାନର କାର୍ଯ୍ୟ ବିଷୟରେ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଓଡ଼ିଶା ଖଣି ନିଗମ ସହଭାଗୀତାରେ ବିକଶିତ ହେଉଥିବା ପ୍ଲାଟିନମ୍ ଗ୍ରୁପ୍ ଧାତୁ ପାଇଁ ଆଗାମୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପାଇଲଟ୍ ପ୍ଲାଣ୍ଟ ଏକ ପ୍ରମୁଖ ଆକର୍ଷଣ। ଡକ୍ଟର ଜିତେନ୍ଦ୍ର ସିଂହ ଏହାକୁ ଚଳିତ ବର୍ଷର କେନ୍ଦ୍ର ବଜେଟରେ ଘୋଷିତ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ ଅଧୀନରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରିଥିଲେ।

କେନ୍ଦ୍ର ମନ୍ତ୍ରୀ ବୈଜ୍ଞାନିକ ପରିଣାମକୁ ଅଧିକ ଦୃଶ୍ୟମାନ ଏବଂ ସୁଗମ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଟେରାଫିଲ୍ ଜଳ ଫିଲ୍ଟର ଏବଂ ମେଟାଲ କ୍ରାଫ୍ଟ ଉଦ୍ଭାବନ ଭଳି ସଫଳ ସ୍ୱଦେଶୀ ପ୍ରଯୁକ୍ତିର ଉଦାହରଣ ଦେଇ, ସେ ଅଧିକ ଶିଳ୍ପ ସଂଯୋଗ ଏବଂ ଯୁବ ନାଗରିକଙ୍କ ନିକଟରେ ପହଞ୍ଚିବା ପାଇଁ ଆହ୍ୱାନ କରିଥିଲେ। ସେ କହିଥିଲେ ସିଏସଆଇଆରର ଅନେକ ସଫଳତା ବିଷୟରେ ଅଂଶୀଦାରମାନେ ଜାଣନ୍ତି ନାହିଁ । ସେଥିପାଇଁ ବିଜ୍ଞାନକୁ ପ୍ରୟୋଗଶାଳା ବାହାରକୁ ଆଣି ସାଧାରଣ ଚେତନା ମଧ୍ୟକୁ ନେବାକୁ ପଡିବ ବୋଲି ସେ କହିଥିଲେ ।

ଗଭୀର ସାଗର ମିଶନ ଏବଂ ଭାରତର ୧୧,୦୦୦ କିଲୋମିଟର ଉପକୂଳ ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ଜିତେନ୍ଦ୍ର ସିଂହ କହିଥିଲେ, ଓଡ଼ିଶା ସାମୁଦ୍ରିକ ଗବେଷଣା, ବିକଳ୍ପ ଶକ୍ତି ସମ୍ପଦ ଓ ବସ୍ତୁ ଉଦ୍ଭାବନରୁ ଲାଭ ପାଇବା ଏବଂ ଏଥିରେ ଯୋଗଦାନ ଦେବା ପାଇଁ ରଣନୈତିକ ଭାବରେ ଦୃଢ଼ ସ୍ଥିତିରେ ରହିଛି । ସେ ମନ୍ତ୍ରଣାଳୟ, ବୈଜ୍ଞାନିକ ପ୍ରତିଷ୍ଠାନ ଏବଂ ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟର ଆବଶ୍ୟକତାକୁ ଦୋହରାଇଲେ । ଏ ଦିଗରେ ଅନୁସନ୍ଧାନ ଜାତୀୟ ଗବେଷଣା ପ୍ରତିଷ୍ଠାନ (ଏଏନଆରଏଫ) ଏକ କେନ୍ଦ୍ରୀୟ ସମନ୍ୱୟ ମଞ୍ଚ ଭାବରେ କାର୍ଯ୍ୟ କରିବ ବୋଲି ସେ କହିଥିଲେ।

ପାରମ୍ପରିକ ଜ୍ଞାନ ପ୍ରଣାଳୀ ବିଷୟରେ ଉଲ୍ଲେଖ କରି ଡକ୍ଟର ଜିତେନ୍ଦ୍ର ସିଂହ ଭାରତର ପ୍ରାଚୀନ ଇଞ୍ଜିନିୟରିଂ ଜ୍ଞାନକୁ ଆଧୁନିକ ଗବେଷଣା ସହିତ ସମନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ। କୋଣାର୍କ ସୂର୍ଯ୍ୟ ମନ୍ଦିରର ଘୂର୍ଣ୍ଣିବାତ୍ୟା-ପ୍ରତିରୋଧୀ ସ୍ଥାପତ୍ୟର ଉଦାହରଣ ଦେଇ ପାରମ୍ପରିକ ଡିଜାଇନ୍ କିପରି ଜଳବାୟୁ ଦୀର୍ଘସ୍ଥାୟିତ୍ୱ ଭଳି ସମସାମୟିକ ଆହ୍ୱାନ ନିମନ୍ତେ ପାଇଁ ଶିକ୍ଷା ଦେଇପାରେ ତାହା ଦୋହରାଇଥିଲେ।

ଶେଷରେ କେନ୍ଦ୍ର ମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଏକ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା ସହିତ କାମ କରିବା ଏବଂ ଦ୍ରୁତ-ବିକଶିତ ପ୍ରଯୁକ୍ତିବିଦ୍ୟା ପରିଦୃଶ୍ୟ ସହିତ ସମନ୍ୱିତ ରହିବା ପାଇଁ ପ୍ରତି ଚାରି ବର୍ଷରେ ଲକ୍ଷ୍ୟ ସଂଶୋଧନ କରିବାକୁ ଉତ୍ସାହିତ କରିଥିଲେ। ୨୦୨୭ ନିମନ୍ତେ ଏକ ଲକ୍ଷ୍ୟ ଧାର୍ଯ୍ୟ କରି ୨୦୪୭ ପାଇଁ ଯୋଜନା ପ୍ରସ୍ତୁତ କରିବା ଲାଗି ସେ ଆହ୍ୱାନ ଦେଇଥିଲେ। ଉଦ୍ଭାବନର ଗତି ଏହି ଦାବି କରିଥାଏ ବୋଲି ସେ କହିଥିଲେ ।

ଏହି ଅବସରରେ ପ୍ରତିଷ୍ଠାନର ବୈଜ୍ଞାନିକମାନଙ୍କ ଦ୍ୱାରା ଲିଖିତ ୧୬ଟି ଗବେଷଣା ପ୍ରକାଶନକୁ ଉନ୍ମୋଚନ କରାଯିବା ସହିତ ସିଏସଆଇଆର-ଆଇଏମଏମଟିର ପ୍ରଯୁକ୍ତିବିଦ୍ୟା ସଫଳତାକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଓଡ଼ିଶାର ବିପୁଳ ଖଣିଜ ଭଣ୍ଡାର ଏବଂ ସିଏସଆଇଆର-ଆଇଏମଏମଟିର ବର୍ଦ୍ଧିତ କ୍ଷମତା ସହିତ ଆଗାମୀ ଦଶନ୍ଧିଗୁଡ଼ିକରେ ଏହି ରାଜ୍ୟ ଭାରତର ବିକାଶ କାହାଣୀରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ଆଜି ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ : ସେପ୍ଟେମ୍ବର ୩ ରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ
ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ କେନ୍ଦ୍ରମନ୍ତ୍ରୀ
ଯୁବକଙ୍କୁ ଗୁଳିମାଡ
ଡ୍ରେନରେ ଭାସିଯାଇ ଯୁବକର ମୃତ୍ୟୁ – Hindusthan Samachar Odia
ରାତିରେ ଏନଏଚରେ ମିଳିବ ମାଗଣା ଚା’

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଏନ୍‌ଆଇଏ ଉଲ୍‌ଫା-ଆଇ ସହିତ ଜଡିତ ଆଇଇଡି ମାମଲାରେ ଦୁଇ ଅନ୍ୟ ଲୋକଙ୍କୁ କଲା ଗିରଫ
Next Article ନାକରୁ ଦେଶକୁ: ଜାତି, ବିଜ୍ଞାନ, ଏବଂ ତଥ୍ୟର ଶକ୍ତି – ଆମ୍ବେଦକରଙ୍କ ଜାଗ୍ରତ ଆହ୍ୱାନ | BulletsIn
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?