ମାଲକାନଗିରି ମାଲକାନଗିରି ବିଜୁ ଜନତା ଦଳ ତରଫରୁ ଆଜି ମାଲକାନଗିରି ସହର ଲାଠିଆଗୁଡା ସ୍ଥିତ ବିଜୁ ପଟ୍ଟନାୟକ ଦକ୍ଷତା ବିକାଶ କେନ୍ଦ୍ର ଠାରେ ମାଲକାନଗିରି ପୌର ପରିଷଦ ର ୧୯ ଟି ୱାର୍ଡ ଓ ମାଲକାନଗିରି ବ୍ଲକ ର ୩ ଟି ଜିଲ୍ଲା ପରିଷଦ ଜୋନ୍ ର ୧୯ ଟି ଗ୍ରାମ ପଞ୍ଚାୟତ କୁ ନେଇ ଚଳିତ ୨୦୨୪ ନିର୍ବାଚନ ପାଇଁ ବିଜୁ ଜନତା ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମୀକ୍ଷା ବୈଠକ ରେ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ମାନସ ମାଡକାମି ଯୋଗ ଦେଇ ମାଲକାନଗିରି ପୌର ପରିଷଦ ର ୧୯ ଟି ୱାର୍ଡ ଓ ମାଲକାନଗିରି ବ୍ଲକ ର ୧୯ ଟି ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳର ସକ୍ରିୟ କାର୍ଯ୍ୟକର୍ତ୍ତା ଙ୍କ ସହ ଚଳିତ ନିର୍ବାଚନ ୨୦୨୪ ପାଇଁ ରଣ କୌଶଳ ପ୍ରସ୍ତୁତ କରିବା ସହ ୱାର୍ଡ କମ୍ମିଟି ,ବୁଥ୍ କମିଟି ,ପଞ୍ଚାୟତ କମ୍ମିଟି , ଜିଲ୍ଲା ପରିଷଦ ଜୋନ୍ କମ୍ମିଟି ,ବ୍ଲକ କମ୍ମିଟି ଓ ପୌର ପରିଷଦ କମ୍ମିଟି ଙ୍କ ସହ ବିଶେଷ ଆଲୋଚନା କରି ଚଳିତ ନିର୍ବାଚନ ରେ କିଭଳି ବିପୁଳ ଭୋଟ ରେ ଶଙ୍ଖ ଚିହ୍ନ ବିଜୟ ଲାଭ କରିବ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ହାତ ମୁଠା ଟାଣ କରିବା ସହ ଶଙ୍ଖ ଚିହ୍ନରେ ବିଧାୟକ ଓ ସାଂସଦ ପ୍ରାର୍ଥୀ ପାଇଁ ଦୁଇଟି ଭୋଟ ପ୍ରଦାନ କରିବା ପାଇଁ ସମସ୍ତ ବିଜେଡି କାର୍ଯ୍ୟକର୍ତ୍ତା ଲୋକଙ୍କ ଘରେ ଘରେ ଯାଇ ଭୋଟ ଦେବା ପାଇଁ ଅନୁରୋଧ କରିବା ପାଇଁ ବାର୍ତ୍ତା ଦେଇଥିଲେ । ବିଜୁ ଜନତା ଦଳର ଉକ୍ତ ସମୀକ୍ଷା ବୈଠକ ରେ ମାଲକାନଗିରି ବିଜେଡି ବରିଷ୍ଠ ନେତା ତଥା ଜିଲ୍ଲା ଆଇନଜୀବୀ ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା ,ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ଓକିଲ ସଂଘ ସଭାପତି ପ୍ରୀତପଲ ସିଂ , ଜିଲା ବିଜେଡି ଉପଦେଷ୍ଟା ତପନ ସାନା ,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ,ଜିଲ୍ଲା ବିଜେଡି ସାଙ୍ଗଠନିକ ସମ୍ପାଦକ ନୃଶିହ ଚରଣ ମହାନ୍ତି , ପୂର୍ବତନ ଓକିଲ ସଂଘ ସଭାପତି ତଥା ବିଜେଡି ନେତା ଲମ୍ବଧର ତୁରୁକ ,ପର୍ଯ୍ୟବେକ୍ଷକ ଦଶରଥ ମହାନ୍ତ ,ବିଜେଡି ଜିଲ୍ଲା ଉପ ସଭାପତି ଡନେଲ କୁମାର ପୋଟଲା ,ବରିଷ୍ଠ ନେତା ପ୍ରଫୁଲ୍ଲ ପଣ୍ଡା ,ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ,ମାଲକାନଗିରି ପୌର ଉପାଧ୍ୟକ୍ଷା କବିତା ମହନ୍ତ ,ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ ,ମାଲକାନଗିରି ପୌରପରିଷଦ ନଗର ସଭାପତି ପି.ସାଇ ,ପୂର୍ବତନ ଯୁବ ସଭାପତି ଡମ୍ବରୁ ବାଘ ,ଜିଲ୍ଲା ଯୁବ ଉପ ସଭାପତି କଣ୍ଟେଶ ପୋଟଲା ,ବିଜେଡି ଯୁବ ନେତା ବଳରାମ ଭଞ୍ଜ ,ପୌରାଞ୍ଚଳ ଯୁବ ସଭାପତି ଅଟାଲ ରାଜୁ ,ପୌରାଞ୍ଚଳ ଛାତ୍ର ସଭାପତି ଶଙ୍କର ପାଣିଗ୍ରାହୀ ଙ୍କ ସହ ମାଲକାନଗିରି ପୌରାଞ୍ଚଳ ର ୧୯ ଟି ୱାର୍ଡ ଓ ମାଲକାନଗିରି ବ୍ଲକ ୧୯ ଟି ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳର ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
