
ଭୁବନେଶ୍ୱର, 16 ଡିସେମ୍ବର (ହି.ସ.) ବିଜୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 1971 ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ଦେଶକୁ ବିଜୟୀ କରିଥିବା ସାହସୀ ସୈନିକମାନଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଭାରତୀୟ ସଶସ୍ତ୍ର ବାହିନୀର ଅଦମ୍ୟ ଇଚ୍ଛାଶକ୍ତିକୁ ନମସ୍କାର କରୁଛି । ସେମାନଙ୍କର ସାହସ, ନିସ୍ୱାର୍ଥପରତା ଏବଂ ବଳିଦାନ ସମସ୍ତ ପିଢ଼ିକୁ ପ୍ରେରଣା ଯୋଗାଇବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
