

ଭବାନୀପାଟଣା, ୨୬ ଫେବୃଆରୀ :- କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଘଣ୍ଟାବାହାଳୀ ଗ୍ରାମ ଠାରେ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେଉଛି। ଏହି ଯଜ୍ଞ ୨୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଗାଁ ଗଣ୍ଡା, ପୁର ପଲ୍ଲୀରେ ଲୁଚି ରହିଥିବା ଜାଗ୍ରତ ଆତ୍ମା ମାନଙ୍କ ଅନ୍ତଃ ଶକ୍ତିର ଜାଗରଣ। କାର୍ଯ୍ୟକ୍ରମଟିକୁ ଶାନ୍ତି କୁଞ୍ଜ ହରିଦ୍ଵାରରୁ ଆଗତ ପ୍ରଜ୍ଞା ପୁତ୍ର ପରମେଶ୍ଵର ସାହୁ ଏବଂ ତାଙ୍କ ସହଯୋଗୀ ମାନେ ସଂଚାଳନ କରୁଛନ୍ତି। ପରମେଶ୍ଵର ସାହୁ ତାଙ୍କ ଉଦବୋଧନରେ କହିଥିଲେ ଯେ, ମାନବ ଜୀବନ ଅତୀବ ମୂଲ୍ୟବାନ, ସେ ତା ନିଜକୁ ଜାଣିବା ଉଚିତ, ତା ନିଜର ଦୃଷ୍ଟି କୋଣ ବଦଳିଲେ ସବୁ ଯୁଗର ସମସ୍ୟାର ସମାଧାନ ହୋଇ ପାରିବ।
ଏହି କାର୍ଯ୍ୟକ୍ରମଟି ଧର୍ମୁ ନାଏକ, ଘନଶ୍ୟାମ ନାଏକ, ରଘୁ ପଧାନ, ଗଜେନ୍ଦ୍ର ସାହୁ, କାର୍ତ୍ତିକ ବାଗ, ହୃଷିକେଶ ବାଗ ସମେତ ଅନେକ ଭକ୍ତ ସହଯୋଗ କରିଥିବା ଜଣାଯାଏ। ଏହି ଯଜ୍ଞରେ କର୍ତ୍ତା ଭାବରେ ଧର୍ମୁ ନାଏକ ଓ ସ ପତ୍ନୀ ଶ୍ରୀମତୀ ଭାଗ୍ୟ ବତୀ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞରେ ଦୂର ଦୁରାନ୍ତରୁ ଗାୟତ୍ରୀ ପରିବାର ତଥା ଭକ୍ତ ଦର୍ଶକ ମାନଙ୍କ ଗହଳି ବେଶ ମନୋରଞ୍ଜନ କରୁଥିବା ଜଣାଯାଏ। ଧାର୍ମିକ ଚେତନା ଅଞ୍ଚଳରେ ପ୍ରସାରିତ ହେଉଥିବା ଜଣାଯାଏ।
