କେନ୍ଦୁଝର,- କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଶୁଆକାଟୀସ୍ଥିତ ଓଡିଶା ଖଣି ନିଗମ ଗନ୍ଧମାର୍ଦ୍ଦନ ଲୌହ ଖଣି ଠାରୁ ଗୁହାଳଡିହି ରେଳ ସାଇଡିଂ ପର୍ଯ୍ୟନ୍ତ ରେଳ ସଂଯୋଗୀକରଣ କୁ ବିରୋଧ କରି ଆଜି ସୋମବାର ଦିନ କେନ୍ଦୁଝର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦୁଝର ରେଳ ଷ୍ଟେସନରେ ଟ୍ରେନକୁ ଅଟକା ଯାଇଥିବାବେଳେ ବିଭିନ୍ନ ରାସ୍ତାରେ ସଡକ ଅବରୋଧ କରାଯାଇଛି ।
