• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ସର୍ବଭାରତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ : ବୈଷୟିକ ଜ୍ଞାନ ସମ୍ପନ୍ନ କୁଶଳୀ କାରିଗରଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ଵ
Regional

ସର୍ବଭାରତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ : ବୈଷୟିକ ଜ୍ଞାନ ସମ୍ପନ୍ନ କୁଶଳୀ କାରିଗରଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ଵ

CliQ INDIA
Last updated: December 16, 2023 4:00 am
CliQ INDIA
Share
4 Min Read
SHARE

ବଡବିଲ,୧୫ ଡ଼ିସେମ୍ବର (ହି.ସ.)- ଭାରତୀୟ ପେଲେଟ୍ ଉତ୍ପାଦକ ସଂଘ ପକ୍ଷରୁ ଦୁଇ ଦିନିଆ ପଂଚମ ସର୍ବଭାରତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବଡବିଲ ମାଟକାମବେଡା ସ୍ଥିତ ଆରିୟା ଷ୍ଟିଲ ଲିଃ ପରିସରରେ ୧୫ ତାରିଖ ଦିନ ଉଦ୍ଘାଟିତ ହୋଇଯାଇଛି । ପିଏମଏଆଇ ଦ୍ଵାରା ଆୟୋଜିତ ଏହି ପଂଚମ ସର୍ବଭାରତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରିୟା ଷ୍ଟିଲ ଏବଂ ଆରଡେଣ୍ଟ ଷ୍ଟିଲ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । କର୍ମଶାଳା ପ୍ରାରମ୍ଭରେ ପିଏମ୍ଏଆଇ ଉପସଭାପତି ତଥା ଆରିୟା ଷ୍ଟିଲ ଲିଃ ର ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଇଓ ପୁନୀତ ଆରିୟା ଅତିଥି ପରିଚୟ ଏବଂ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପିଲେଟ ଉତ୍ପାଦକ ସଂଘ ର ସଭାପତି ତଥା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ ଗ୍ରୃପ ଆଡଭାଇଜର ମନୀଷ ଖରବାନ୍ଦାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଇସ୍ପାତ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ଜେନେରାଲ ଶ୍ରୀମତୀ ସ୍ଵପ୍ନା ଭଟ୍ଟାଚାର୍ଯ୍ୟ ଯୋଗଦେଇ ତାଙ୍କ ଭାଷଣରେ ତୃଣମୂଳ ସ୍ତରରେ କାମ କରୁଥିବା କୁଶଳୀ ବୈଷୟିକ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରାଯାଇ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଜଡିତ କରାଯାଉଛି ବୋଲି କହିଥିଲେ । ଫଳରେ ସେମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ସହଜରେ କାମ କରିପାରିବେ । ଏଥିସହ ସେମାନଙ୍କୁ ଡିଜିଟାଇଜେସନ ଏବଂ ଇଣ୍ଡଷ୍ଟ୍ରିଜ ୪.୦ ସମ୍ବନ୍ଧରେ ଜ୍ଞାନ ଆହରଣ କରିବାକୁ ତାଲିମ ପ୍ରଦାନ କରାଯାଉଛି । ପେଲେଟ କାରଖାନରେ କାର୍ବନ ଫୁଟ ପ୍ରିଣ୍ଟ କୁ ହ୍ରାସ କରିବା ଏବଂ ସିଓପି ୨୬ ରେ ଭାରତ ଦ୍ଵାରା ୨୦୫୦ ମସିହା ମଧ୍ୟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଶୂନ ଅଙ୍ଗାରକ୍ଲାମ ନିର୍ଗମ ଲକ୍ଷ୍ୟ ହାସଲ କରିବାକୁ ଆହ୍ଵାନ ଦେଇଥିଲେ । ଏହି ପ୍ରୟାସ ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପେଲେଟ ଶିଳ୍ପ ସହିତ ଜଡିତ ଅପରେଟର ଏବଂ ବୈଷୟିକ ଜ୍ଞାନ ସମ୍ପନ୍ନ କୁଶଳୀ କାରିଗର ଙ୍କ ଦକ୍ଷତାକୁ ବୃଦ୍ଧି କରିବା ଏବଂ ଡିଜିଟାଇଜେସନ ଦିଗରେ ସେମାନଙ୍କୁ ଅତ୍ୟାଧୁନିକ କରିବା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳରେ ଲୋକଙ୍କୁ ରକ୍ଷଣାବେକ୍ଷଣ କରିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଅପରେଟର ଏବଂ ଯୁବ ଇଞ୍ଜିନିୟର ମାନେ ସମଗ୍ର ଭାରତରେ କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ କରୁଛନ୍ତି । ପେଲେଟ ପ୍ଲାଣ୍ଟ ଚଳାଇବାରେ ଦୀର୍ଘଦିନର ବୃତ୍ତିଗତ ଅଭିଜ୍ଞତା ଥିବା ଶିଳ୍ପ ବିଶେଷଜ୍ଞମାନଙ୍କ ଠାରୁ ଅଭିଜ୍ଞତା ଅଣାଯାଇ କାର୍ଯ୍ୟ କରାଯାଉଛି । ଜାତୀୟ ସିଏସ୍ଆଇଆର ଲ୍ୟାବ ର ବୈଜ୍ଞାନିକ ଯଥା ନେସନାଲ ମେଟାଲର୍ଜିକାଲ ଲାବରୋଟୋରୀ (ଏନଏମ୍ଏଲ) ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ ଆଣ୍ଡ ମେଟାଲ ଟେକ୍ନୋଲୋଜି(ଆଇଆଇଏମଟି), ଭୁବନେଶ୍ଵରର ବୈଜ୍ଞାନିକମାନେ ପିଲେଟ ଶିଳ୍ପର ଗବେଷଣା ଓ ବିକାଶର ଫଲାଫଳ ଉପରେ ଆଲୋଚନା କରିଛନ୍ତି । ପେଲେଟ କାରଖାନାର ୧୬ ଜଣ ବିଶେଷଜ୍ଞ, ସିଏସଆଇଆର ଲ୍ୟାବ ଏବଂ ସରଞ୍ଜାମ ଯୋଗାଣକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଇନସମାର୍ଟ କମ୍ପାନୀ ତାର ସିଷ୍ଟମ କୁ ମେକ ଇନ ଇଣ୍ଡିଆର ଲକ୍ଷ୍ୟକୁ ଅନୁକରଣ କରିଛି ଏବଂ ନମୂନାର ସଂଗ୍ରହ, ପରୀକ୍ଷଣ ଏବଂ ବିଶ୍ଲେଷଣ ପାଇଁ ହ୍ରାଇଦ୍ରାବାଦରୁ ରବଟିକ୍ ସାମ୍ପଲିଂ, ଯନ୍ତ୍ରପାତି ପ୍ରଦର୍ଶନୀ କରାଯାଇଛି । ଅନ୍ୟ ଏକ କମ୍ପାନୀ ବୁମ ଇଞ୍ଜିନିୟରିଂ ହାର୍ଡ ବଲ ଉତ୍ପାଦନ ପାଇଁ ସବୁଜ ପେଲେଟ କୁ ପରିବର୍ତ୍ତନ ପାଇଁ ଅତ୍ୟାଧୁନିକ ଶକ୍ତି ଦକ୍ଷ ବର୍ଣ୍ଣର ପ୍ରଦର୍ଶନ କରିବ ଯାହା ବ୍ଲାଷ୍ଟ ଫର୍ଣ୍ଣେସ ଏବଂ ସ୍ପଞ୍ଜ ଲୁହା କିଲିନରେ ବ୍ୟବହାର କରାଯାଇପାରିବ । ପିଏମ୍ଏଆଇ କର୍ମଶାଳା ପାଇଁ ଆମର ମିଡିଆ ପାର୍ଟନର ସହିତ ମିଳିତ ଭାବେ ‘ଷ୍ଟିଲ ମିଣ୍ଟ’ ଅଂଶ୍ରଗ୍ରହଣ କାରୀଙ୍କ ପାଇଁ ଦେଶର ଏକ ରିପୋର୍ଟ ପ୍ରସ୍ତୁତ କରିଛି, ଯାହା ପେଲେଟ ଇଣ୍ଡଷ୍ଟ୍ରିଜ ଏବଂ ଭବିଷ୍ୟତର ଧାରା ବିଷୟରେ ବେଶ ଉପଯୋଗୀ ସାବ୍ୟସ୍ତ ହେବ । ପିଏମଏଆଇ ହେଉଛି ଏକ ଶିଳ୍ପ ସଂଗଠନ ଯାହା ଇସ୍ପାତ ମନ୍ତ୍ରଣାଳୟ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଏବଂ ଭାରତର ୭ଟି ରାଜ୍ୟର ୨୭ଟି ପେଲେଟ ପ୍ଲାଣ୍ଟକୁ ପ୍ରତିନିଧିତ୍ଵ କରେ । ଭାରତ ବର୍ଷକୁ ପ୍ରାୟ ୧୩୫ ମିଲିୟନ ଟନ୍ ଆଇରନ ଓର ପେଲେଟ ଉତ୍ପାଦନ କରେ ଏବଂ ୧ଲକ୍ଷ ରୁ ଅଧିକ ଶ୍ରମିକ ଓ କର୍ମଚାରୀ କାର୍ଯ୍ୟ କରନ୍ତି । ପିଏମ୍ଏଆଇ ର ମୁଖ୍ୟ ଭୂମିକା ହେଉଛି ପିଲେଟ୍ ଇଣ୍ଡଷ୍ଟ୍ରିଜର ବୈଷୟିକ ପ୍ରଗତି, ଭାରତ ସରକାରଙ୍କ ନୂତନ ଶିଳ୍ପ ନୀତିର ପ୍ରଚାର ଏବଂ ଭାରତରେ ପେଲେଟ ଓ ଇସ୍ପାତ ଶିଳ୍ପର ବିକାଶ ପାଇଁ ନୀତି ପ୍ରସ୍ତୁତ କରି ସରକାରଙ୍କୁ ସାହାଯ୍ୟ କରିବା ।

ଉକ୍ତ କର୍ମଶାଳାରେ ବିଶେଷଜ୍ଞମାନେ ସେମାନଙ୍କ ମଧ୍ୟରେ “ନିଜର ସର୍ବତ୍ତୋମ ବୈଷୟିକ କୌଶଳ” ଆଦାନ ପ୍ରଦାନ କରିବା ସହିତ ପେଲେଟ ପ୍ଲାଣ୍ଟର ତୃଣମୂଳସ୍ତରରେ କାମ କରୁଥିବା କୁଶଳୀ ଶ୍ରମିକ, ଟେକନିସିଆନ ଏବଂ ଯୁବ ଇଞ୍ଜିନିୟରମାନେ ଏହି କର୍ମଶାଳା ଦ୍ଵାରା ବେଶ ଉପକୃତ ହେବେ ବୋଲି ମତପ୍ରକାଶ ପାଇଥିଲା । ଦେଶର ପ୍ରାୟ ୫୦ ପ୍ରତିଶତ ଲୁହାପଥର ଏବଂ ପେଲେଟ୍ ଉତ୍ପାଦନ କରୁଥିବା ଓଡିଶା-ହେଉଛି ଦେଶର ମୁଖ୍ୟ ପେଣ୍ଠସ୍ଥଳୀ । ଜାତୀୟ ଏବଂ ରାଜ୍ୟ ଅର୍ଥନୀତିକୁ ରୟାଲଟି, ଜିଏସଟି ଓ ଟ୍ୟାକ୍ସ ଆକାରରେ ପିଲେଟ ଶିଳ୍ପ ଉଲ୍ଲେଖନୀୟ ରାଜସ୍ଵ ପ୍ରଦାନ କରୁଛି । ଏହି କର୍ମଶାଳା ଅନ୍ୟ ରାଜ୍ୟର ପିଲେଟ ଶିଳ୍ପ ସହିତ ବ୍ୟବସାୟିକ ଓ ବୌଦ୍ଧିକ ଭାବର ଆଦାନ ପ୍ରଦାନ ପାଇଁ ଏହା ଏକ ଉପଯୁକ୍ତ ମାଧ୍ୟମ ଅଟେ ବୋଲି ମତପ୍ରକାଶ ପାଇଥିଲା । ଆରଡେଣ୍ଟ ଷ୍ଟିଲ ଡାଇରେକ୍ଟର ତଥା ପିଏମ୍ଏଆଇ ଉପ ସଭାପତି ଡକ୍ଟର ସୁବାଶିଷ ଦାସ ଏବଂ ଭାରତୀୟ ପିଲେଟ ଉତ୍ପାଦନ ସଂଘର ସାଧାରଣ ସମ୍ପାଦକ ଦୀପକ ଭଟ୍ଟନାଗର ପିଲେଟ ବ୍ୟବସାୟ, କର୍ମଚାରୀଙ୍କ ଦକ୍ଷତା ବିକାଶ ଏବଂ ଏହାର ଭବିଷ୍ୟତ ପାଇଁ ନୂତନ ଜ୍ଞାନକୌଶଳ ଆବଶ୍ୟକତା ଉପରେ ନିଜ ମତ ରଖିଥିଲେ ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ

You Might Also Like

କୋରାପୁଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର କର୍ମୀ ସମ୍ମିଳନୀ
ରଥଯାତ୍ରା ହେଉଛି ନମ୍ରତା ଏବଂ ପ୍ରଭୁଙ୍କ ବିଶ୍ୱ ପ୍ରେମର ଏକ କାଳଜୟୀ ବାର୍ତ୍ତା-ରାଜ୍ୟପାଳ
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଅର୍ଜୁନ ସାହୁ
ଆଭାସୀ ମାଧ୍ୟମରେ 5T ସ୍କୁଲ ରୂପାନ୍ତରଣ,୪ର୍ଥ ପର୍ଯ୍ୟାୟରେ ୨୮୬ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ସୁବର୍ଣ୍ଣପୁର ଜିଲ୍ଲାର ୧୪ ହାଇସ୍କୁଲ ,
ଆଜି ମହାମାୟାଙ୍କ ମହାଷ୍ଟମୀ, ଚାଲିଛି ମହିଷାମର୍ଦ୍ଦିନୀଙ୍କ ଆରାଧନା

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ସଂସଦର ଉଭୟ ଗୃହର କାର୍ଯ୍ୟ ସୋମବାର ଯାଏ ସ୍ଥଗିତ
Next Article ମଧ୍ୟପ୍ରଦେଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଂଟି ସଂକଳ୍ପ ପତ୍ର ୨୦୨୩ – ଡକ୍ଟର ମୋହନ ଯାଦବ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?