











ମାଲକାନଗିରି, ୨ ୫ ଅକ୍ଟୋବର (ହି. ସ.)-ଓଡିଶା ରାଜ୍ୟ ପରିବହନ ନିଗମ ଦ୍ୱାରା ଆଦିବାସୀ ଅଧୁଷିତ ମାଲକାନଗିରି ଜିଲ୍ଲାରେ ଚାଲୁଥିବା ଲକ୍ଷ୍ମୀ ବସ ପ୍ରତିଛବି ନିର୍ମିତ ପ୍ରଧାନମନ୍ତ୍ରୀ ଆବାସ ଗୃହରେ ରହିବେ ବୁଦ୍ରା ଗୌଡ଼ ଙ୍କ ପରିବାର। କଥାଟି ବିଶ୍ବାସ ହେଉନଥିଲେ ହେଁ ସତ। ତେବେ ବାସ୍ତବତା ହେଉଛି ବସ କେବଳ ଏକ ଚିତ୍ର। ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ନିର୍ମାଣ ହୋଇଥିବା ଗୃହକାନ୍ଥରେ ଏଭଳି ଢ଼ଙ୍ଗରେ ଲକ୍ଷ୍ମୀ ବସ ଚିତ୍ର ଅଙ୍କା ଯାଇଛି। ଯେ କୌଣସି ବ୍ୟକ୍ତି ବି ଦେଖିବା ପରେ କିଛି କ୍ଷଣ ପାଇଁ ଅଟକିଯିବ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ପଞ୍ଚାୟତ ଭଇଗୁଡ଼ା ଗ୍ରାମରେ ଏଭଳି ଏକ ଆବସ ଗୃହ ଦେଖିବାକୁ ମିଳିଛି। ଏହାକୁ ନେଇ ଗ୍ରାମରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ଧାର୍ଯ୍ୟ ସମୟରେ ଶେଷ କରିବା ସହ ବୋନସ ଟଙ୍କା ପାଇବା ପାଇଁ ଲୋକଙ୍କୁ ଅଭିନବ ଉପାୟରେ ସଚେତନତା କରାଯାଉଛି।
ଉଦୁଲିବେଡା ପଞ୍ଚାୟତ ଅନ୍ତର୍ଗତ ଭଇଗୁଡ଼ା ଗ୍ରାମର ବୁଦ୍ରା ଗୌଡ଼ ଙ୍କ ପରିବାର ମାଟି ଘରେ ରହୁଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବାସଗୃହର କାର୍ଯ୍ୟାଦେଶ ପାଇବା ପରେ କାମ ଆରମ୍ଭ କରିଥିଲେ। ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ପାଇଥିବା ବେଳେ ଦ୍ବିତୀୟ କିସ୍ତିରେ ୬୫ ହଜାର ଟଙ୍କା ପାଇସାରିଛନ୍ତି।ଚାରି ମାସ ମଧ୍ୟରେ ଗାଁ ନିକଟରେ ଏହି ନୂତନ ଆବାସ ଗୃହ ତିଆରି କରିଛନ୍ତି। ସେଥିରେ ୨ଟି କୋଠରୀ ରହିଛି। ସେହି ଗୃହର କାନ୍ଥରେ ଲକ୍ଷ୍ମୀ ବସ ଚିତ୍ର ଅଙ୍କନ କରିଛନ୍ତି। ଯାହାକି ଦୂରରୁ ଏକ ବସ ଛିଡା ହୋଇ ଥିବାର ଦେଖାଯାଉଛି। ଉଦୁଲିବେଡା ପିଇଓ ଅଶୋକ ମହରଣା ନିଜର ପଞ୍ଚାୟତରେ ଲୋକଙ୍କୁ ବିଭିନ୍ନ ସଚେତନତା କରିବା ପାଇଁ ସବୁ ସମୟରେ ଉଦ୍ୟମ କରିଆସୁଛନ୍ତି। ସେହି ପଞ୍ଚାୟତରେ ଲୋକେ ଆବାସ ଯୋଜନାରେ ଶୀଘ୍ର ଘର ତିଆରି କରି ଗୃହ ପ୍ରବେଶ କରିବାପାଇଁ ସଚେତନତା କରୁଛନ୍ତି। ଏଥିପାଇଁ ଆବାସ ଗୃହ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଲକ୍ଷ୍ମୀ ବସ ଚିତ୍ର କରିବା ପାଇଁ ସେ ସହଯୋଗ କରିଛନ୍ତି। ଆସନ୍ତା ଦିନରେ ବୁଦ୍ରା ଙ୍କୁ ତୃତୀୟ କିସ୍ତି ଓ ମନରେଗାରେ ୯୫ ଦିନ ଶ୍ରମ ଦିବସର ଟଙ୍କା ପାଇବେ ବୋଲି ସେ କହିଛନ୍ତି। ଆବାସ ଗୃହ ୪ ମାସ କିମ୍ବା ୬ ମାସ ମଧ୍ୟରେ ନିର୍ମାଣ କରି ବୋନସ ଟଙ୍କା ପାଇବା ପାଇଁ ସଚେତନତା କରୁଛନ୍ତି।ପ୍ରକାଶ ଥାଉକି ଏଥି ପୂର୍ବରୁ ଉଦୁଲିବେଡା ପଞ୍ଚାୟତ ର ଭଉଁରୀକୁଣ୍ଡ ଗ୍ରାମର ଲକ୍ଷ୍ମଣ ମାଦ୍ରୀ ନାମକ ହିତାଧିକାରୀ ନିଜ ଆବାସ ଗୃହ କାନ୍ଥରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ ମହାରଣା ଙ୍କ ସହଯୋଗ ରେ ଟ୍ରେନ ବଗି ଚିତ୍ର କରିଚର୍ଚ୍ଚା ରେ ଥିଲେ!
ହିନ୍ଦୁସ୍ଥାନସମାଚାର /ଶିବବ୍ରତ //ସମନ୍ୱୟ
