
ସୁବର୍ଣ୍ଣପୁର, ୪ ନଭେମ୍ବର (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତିନି ଜଣ ଛାତ୍ରୀ ରାଜ୍ୟ ସ୍ତରୀୟ ଦୌଡ଼ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ସହଲା ଆଦିବାସୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ସ୍ତରୀୟ ଦୌଡ଼ ପ୍ରତିଯୋଗୀତାରେ ଉକ୍ତ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରିତିମୟୀ ଭୁକ୍ତା ୮୦୦, ୧୫୦୦, ୩୦୦୦ ମିଟରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ଅର୍ଚ୍ଚିତା ପ୍ରଧାନ ୧୦୦, ୨୦୦, ୪୦୦ ମିଟର ଦୌଡରେ ପ୍ରଥମ ହୋଇଥିଲେ। ଏବଂ ଦେବସ୍ମିତା ପ୍ରଧାନ ୬୦୦ ମିଟର ଦୌଡରେ ପ୍ରଥମ ସ୍ଥାନରେ ପହଞ୍ଚିଥିଲେ। ଉଭୟ ତିନି ଜଣ ଛାତ୍ରୀ ରାଜ୍ୟ ସ୍ତରୀୟ ଦୌଡ଼ ପ୍ରତିଯୋଗୀତାରେ ମନୋନୀତ ହୋଇଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଆସନ୍ତା ୮ ତାରିଖ ଦିନ ସୁନ୍ଦରଗଡ଼ ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଦୌଡ଼ ପ୍ରତିଯୋଗୀତାରେ ଏମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ
