• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଯଦି ବମ୍ବେ ହାଇକୋର୍ଟର ଚତୁର୍ଥ ବେଂଚ ଖୋଲାଯାଇପାରିଲା ତାହେଲେ କୋଶଳାଂଚଳରେ କାହିଁକି ହାଇକୋର୍ଟ ବେଂଚ ହେବ ନାହିଁ
Regional

ଯଦି ବମ୍ବେ ହାଇକୋର୍ଟର ଚତୁର୍ଥ ବେଂଚ ଖୋଲାଯାଇପାରିଲା ତାହେଲେ କୋଶଳାଂଚଳରେ କାହିଁକି ହାଇକୋର୍ଟ ବେଂଚ ହେବ ନାହିଁ

CliQ INDIA
Last updated: August 5, 2025 6:35 am
CliQ INDIA
Share
3 Min Read
SHARE

ବଲାଙ୍ଗିର, ୪ ଅଗଷ୍ଟ (ହି.ସ.)- ଇତି ମଧ୍ୟରେ ବମ୍ବେ ହାଇକୋର୍ଟର ଚତୁର୍ଥ ବେଂଚ କୋହ୍ଲାପୁର ଠାରେ ଖୋଲିବାକୁ ନିଷ୍ପତି ନିଆଯାଇଛି। ପୂର୍ବରୁ ନାଗପୁର, ଔରଙ୍ଗାବାଦ ଓ ଗୋଆ ନିକଟବର୍ତି ଅଂଚଳରେ ୩ଟି ବେଂଚ ଥିବା ବେଳେ ଚତୁର୍ଥ ବେଂଚ କୁ ଅନୁମୋଦନ ମିଳିଛି । ଏହି ବେଂଚ ୬ଟି ଜିଲ୍ଲାର ମୋକଦ୍ଦମା ବିଚାର କରିବ ବୋଲି ନିଷ୍ପତ୍ତି ହୋଇଛି। ବମ୍ବେ ହାଇକୋର୍ଟ ଛଡା କର୍ଣ୍ଣାଟକ ହାଇକୋର୍ଟ, ମାଡ୍ରାସ ହାଇକୋର୍ଟ, ଆଲ୍ଲାବାଦ ହାଇକୋର୍ଟ, ଗୌହାଟି ହାଇକୋର୍ଟ, ମଧ୍ୟ ପ୍ରଦେଶ ହାଇକୋର୍ଟ, କେରଳ ହାଇକୋର୍ଟ ଓ ଅନ୍ୟ କିଛି ହାଇକୋର୍ଟ ର ମଧ୍ୟ ସ୍ଥାୟୀ ହାଇକୋର୍ଟ ବେଂଚ ରହିଛି । ଓଡିଶା ହାଇକୋର୍ଟ ଠାରୁ କୋଶଳାଂଚଳର ବିଭିନ୍ନ ଜିଲ୍ଲାର ଦୂରତ୍ୱ, ମୋକଦ୍ଦମା ସଂଖ୍ୟା, ଲୋକଙ୍କ ଅର୍ଥନୈତିକ ଅବସ୍ଥା ଓ ଅନ୍ୟାନ୍ୟ ବିଷୟବସ୍ତୁକୁ ଆଖି ଆଗରେ ରଖି ଯଶୋବନ୍ତ ସିଂ କମିଶନ ର ରିପୋର୍ଟ ଅନୁଯାୟୀ କୋଶଳାଂଚଳରେ ଓଡିଶା ହାଇକୋର୍ଟର ଏକ ସ୍ଥାୟୀ ବେଂଚ ସ୍ଥାପନ ପାଇଁ ଦୀର୍ଘ ୪ଦଶକ ହେଲା ଦାବି କରାଚାଲିଛି । ଏହି ଦାବୀକୁ ନେଇ ଗତ ୧୫ ବର୍ଷ ଧରି ଆଇନଜୀବୀ ଓ ଜନସାଧାରଣଙ୍କ ତରଫରୁ ସାରା କୋଶଳାଂଚଳରେ ଲମ୍ବା ଲଢେଇ ମଧ୍ୟ ହୋଇଥିଲା। ବର୍ତମାନ ସରକାର ଚଳାଉଥିବା ବିଜେପି ଦଳ ସେତେବେଳେ ବିରୋଧୀ ଦଳରେ ସେମାନେ କ୍ଷମତାକୁ ଆସିଲେ କୋଶଳାଂଚଳରେ ହାଇକୋର୍ଟ ବେଂଚ ସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତେଣୁ ବର୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ଚାଲିଥିବା ବେଳେ ଏହି ବେଂଚ ସ୍ଥାପନ କରିବା ହେଉଛି ସରକାରଙ୍କ ତତରଦାୟିତ୍ୱ। ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ କୋଶଳାଂଚଳର ବଳିଷ୍ଠ ପ୍ରତିନିଧିତ୍ୱ ରହିଛି । ବିଶେଷ କରି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏହି ଅଂଚଳରୁ ୨ଜଣ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ସ୍ଥାନିତ ହୋଇଥିବା ବେଳେ ଓଡିଶା ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଏ ଅଂଚଳରୁ ଉପ-ମୁଖ୍ୟମନ୍ତ୍ରୀ ଓ ବହୁ ପ୍ରଭାବଶାଳୀ ମନ୍ତ୍ରୀ ସ୍ଥାନିତ ହୋଇଛନ୍ତି । ବିଗତ ନିର୍ବାଚନରେ କୋଶଳାଂଚଳରୁ ବିଜେପି ମଧ୍ୟ ପ୍ରବଳ ସମର୍ଥନ ପାଇଛି। ଏଭଳି ସ୍ଥଳରେ କୋଶଳାଂଚଳରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ କରି ବିଜେପି ସରକାର ତା’ର ପ୍ରତିଶୃତି ରକ୍ଷା କରୁ ବୋଲି ବିଶିଷ୍ଟ କୋଶଳବାଦୀ ନେତା ପ୍ରମୋଦ କୁମାର ମିଶ୍ର ଆହ୍ୱାନ ଦେଇଛନ୍ତି । କୋଶଳାଂଚଳରେ ହୋଇକୋର୍ଟର ସ୍ଥାୟୀ ବେଂଚ ଦାବୀକୁ ନେଇ ଏ ଅଂଚଳର ନିର୍ବାଚିତ ପ୍ରତିନିଧିମାନେ ତୁରନ୍ତ ସରକାରଙ୍କୁ ପ୍ରଭାବିତ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବୀ କରିଛନ୍ତି ।

କୋଶଳାଂଚଳର ଦୁଇଟି ମୁଖ୍ୟ ଦାବୀ ହେଲା ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଓ କୋଶଳାଂଚଳରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ। ଉଭୟ ଦାବୀ ହାସଲ କରିବା ପାଇଁ ଲମ୍ବା ଲଢେଇ କରିବାକୁ ପଡିିବ । ଏଥିପାଇଁ କୋଶଳାଂଚଳର ଜନସାଧାରଣ ଛୋଟ ଛୋଟ ଗୋଷ୍ଠୀରେ ବିଭକ୍ତ ନହୋଇ ଦଳୀୟ ବିଚାରଧାରା ଓ ଅଂଚଳଗତ ବିଚାରଧାରରୁ ଉର୍ଦ୍ଧ୍ୱକୁ ଆସି ଏକାଠି ଲଢିବାକୁ ସମର୍ପିତ ହୁଅନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି ।

ଏହି ଦାବି ନେଇ ଖୁବ୍ ଶିଘ୍ର କୋଶଳ ଆନ୍ଦୋଳନ ତରଫରୁ ଏକ ପ୍ରତିନିଧି ଦଳ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖକୁ ଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

You Might Also Like

ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମନମୋହନ ସାମଲ
ପ୍ରାଣନାଥ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଂଜଳି ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କଲେ ବିପିସିଏଲର ସିନିୟର ମ୍ୟାନେଜର | BulletsIn
ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article କୁଲଗାମ ଜିଲ୍ଲାର ଅଖଲ ଦେବସରରେ ସୁରକ୍ଷା ବାହିନୀର ଅଭିଯାନ ଚତୁର୍ଥ ଦିନ ପାଇଁ ଜାରି
Next Article ଗିନିଜ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ୨୦୨୫- ଧର୍ମେନ୍ଦ୍ର ପ୍ରଧାନ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?