




























ମାଲକାନଗିରି, ୩ 0 ଡିସେମ୍ବର (ହି. ସ.)-ମାଲକାନଗିରି ମୋଟୁ ୩ ୨ ୬ ନମ୍ବର ଜାତୀୟ ରାଜପଥ ଏମଭି ୯ ୬ ଗ୍ରାମ ନିକଟରେ ଶୁକ୍ରବାର ରାତି ରେ ଅଜଣା ଗାଡ଼ି ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି! ମୃତ ୨ ଜଣ ଙ୍କ ପରିଚୟ ମିଳିପାରିନାହିଁ! ଏମଭି ୭ ୯ ଥାନା କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ମୃତ ଦେହକୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣି ଶବ ଗୃହରେ ରଖା ଯାଇଛି!ମୃତ ବ୍ୟକ୍ତି ଙ୍କ ମଧ୍ୟରୁ ଜଣଙ୍କ ବୟସ ୩ 0 ଏବଂ ଅନ୍ୟ ଜଣଙ୍କ ବୟସ 40 ବର୍ଷ ଭିତରେ ହେବ! ଏହି ଦୁଇ ଅଜଣା ବ୍ୟକ୍ତି ଗୋଟିଏ ବାଇକ ଯୋଗେ ଯାତ୍ରା କରୁଥିବା ବେଳେ କେହି ଅଜଣା ଗାଡି ଏମାନଙ୍କୁ ଧକ୍କା ଦେଇଥିଲା! ଫଳରେ ଦୁଇ ବାଇକ ଆରୋହି ରାସ୍ତା କଡ଼କୁ ଛିଟିକି ପଡିଥିଲେ!ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି! ତେବେ କେହି କିଛି ଦେଖିବା ପୂର୍ବରୁ ଧକ୍କା ଦେଇଥିବା ଅଜଣା ଗାଡି ଦୁର୍ଘଟଣା ପରେ ଫେରାର ହୋଇଯାଇଚି! ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ମୃତ ବ୍ୟକ୍ତି ମାନଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛନ୍ତି! ଏଥିସହ ଧକ୍କା ଦେଇଥିବା ଗାଡ଼ି ର ସନ୍ଧାନ ଜାରି ରଖିଛନ୍ତି!
ହିନ୍ଦୁସ୍ଥାନସମାଚାର /ଶିବବ୍ରତ //ସମନ୍ୱୟ
