
ମାଲକାନଗିରି, ୨୧ ଅଗଷ୍ଟ (ହି.ସ.) – ମାଲକାନଗିରି ଜିଲ୍ଲାରେ ୧୮ ରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିବା ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ ରେ ୧୩୯୮ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି । ୭ ଜଣ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ମାଲକାନଗିରି ସଦର ମୁଖ୍ୟ ଡାକ୍ତରଖାନାରେ ପହଂଚି ରୋଗୀଙ୍କ ଚିକିତ୍ସା କରିଛନ୍ତି। ସେଥିମଧ୍ୟରୁ କାର୍ଡିଓଲୋଜିରେ ୨୬୦, ନ୍ୟୁରୋଲୋଜୀରେ ୪୧୫, ଗାଷ୍ଟ୍ରୋଏଂଟେରୋଲୋଜିରେ ୨୬୩, ଏଣ୍ଡୋକ୍ରିନୋଲୋଜୀରେ ୨୨୯ ଓ ନେଫ୍ରୋଲୋଜିରେ ୨୩୧ ଓ ୧୩୦ ଜଣ ଙ୍କର ଇସିଜି କରାଯାଇଛି । ସେହିପରି ୫୯ ଜଣଙ୍କର ଏଣ୍ଡୋସ୍କୋପି ଓ ୬ ଜଣ ରୋଗୀଙ୍କର ଲେପ୍ରୋସ୍କୋପି ଅପରେସନ କରାଯାଇଛି । ଏହି ଡାକ୍ତରୀ ଦଳରେ ସର୍ଜରୀ ସ୍ପେଶାଲିଷ୍ଟ ଏସ ସି ବି ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଜ୍ୟୋତିର୍ମୟ ନାୟକ, ବରିଷ୍ଠ କାର୍ଡିଓଲୋଜି ଆଭାଂଶ ଟଙ୍କ, ସିନିୟର୍ ନେଫ୍ରୋଲୋଜି ଡାକ୍ତର ଧିରଜ କୁମାର ଲେଙ୍କା, ସିନିୟର୍ ନ୍ୟୁରୋଲୋଜି ଡାକ୍ତର ସଂଘମିତ୍ରା ସାହୁ, ସିନିୟର୍ ଏଣ୍ଡୋକ୍ରିନୋଲୋଜୀ ଡାକ୍ତର ସୀତାକାନ୍ତ ପଣ୍ଡା, ସିନିୟର୍ ଗାଷ୍ଟ୍ରୋଏଂଟେରୋଲୋଜି ଡାକ୍ତର ରାକେଶ ମହାନ୍ତି, ଆସିଷ୍ଟାଂଟ ପ୍ରଫେସର ଆନାସ୍େଥସିଓଲୋଜି ଡାକ୍ତର ରାଜ କୁମାର ମହାପାତ୍ର ପ୍ରମୁଖ ରହିଥିଲେ।
ଜିଲ୍ଲା ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସେବା ପାଇ ଜିଲ୍ଲାର ରୋଗୀ ଖୁସି ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଦ୍ୱାରା ଜିଲ୍ଲାର ହଜାରରୁ ଉର୍ଦ୍ଧ୍ୱ ରୋଗୀ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସେବା ପାଇ ଉପକୃତ ହୋଇଥିବାରୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମାନ୍ୟବର ମୁଖ୍ୟନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ସିଡିଏମଓ ଡାକ୍ତର ଡୋଳାମଣି ପ୍ରଧାନ, ଡାକ୍ତର ବ୍ରଜବନ୍ଧୁ ଦାସ, ଡାକ୍ତର ନିହାର ରଞ୍ଜନ ପ୍ରହରାଜ, ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଡାକ୍ତର କବିତା ସ୍ୱାଇଁ, ଡାକ୍ତର ସପନ କୁମାର ଡିଣ୍ଡା, ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା, ଡାକ୍ତର ସୁବ୍ରତ କୁମାର ଜେନାଙ୍କ ସମେତ ଡିପିଏମ୍ ଡ଼ଃ ମୌସୁମୀ ମିଶ୍ର, ମେଡିକାଲ ମ୍ୟାନେଜର ସୁଶାନ୍ତ କୁମାର ବିଶ୍ୱାଳ ଓ ବିଶ୍ୱଜିତ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ
