ଭୁବନେଶ୍ୱର, 27 ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାର ମାଲକାନଗିରି ବ୍ଲକର କନିଷ୍ଠ
ଯନ୍ତ୍ରୀ ଶ୍ରୀ ନିହାର ରଞ୍ଜନ ସରକାରଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି ଏବଂ
ଆଜି ତାଙ୍କୁ ସ୍ୱତନ୍ତ୍ର ବିଚାରପତି (ଭିଜିଲାନ୍ସ), ଜୟପୁର ଅଦାଳତରେ ହାଜର କରାଯିବ। ତାଙ୍କ ଉପରେ ଆୟ
ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି।
ଶ୍ରୀ ନିହାର ରଞ୍ଜନ ସରକାରଙ୍କ ସମ୍ପତ୍ତି ଉପରେ ହୋଇଥିବା ତଲାଶି
ସମୟରେ ତାଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ପ୍ରମାଣ ମିଳିଛି। ସେଥିରେ ୧ଟି ତିନି ମହଲା
ବିଶାଳ ଭବନ, ୮ଟି ମୂଲ୍ୟବାନ
ପ୍ଲଟ, ୨.୧୧ ଲକ୍ଷ ଟଙ୍କା
ନଗଦ, ୧ଟି ଚାରିଚକିଆ
ଗାଡ଼ି ଇତ୍ୟାଦି ରହିଛି, ଯାହା ସମ୍ପର୍କରେ ସେ ସନ୍ତୋଷଜନକ ଉତର ଦେଇପାରିନଥିଲେ।
ଏହି ସଂପର୍କରେ କୋରାପୁଟ ଭିଜିଲାନ୍ସ ଥାନା କେସ୍ ନମ୍ବର ୪୦/୨୦୨୫
ରୁଜୁ କରାଯାଇଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
