ଭୁବନେଶ୍ୱର, 20 ଫେବୃଆରୀ ରାଜ୍ୟପାଳ ରଘୁବର ଦାସ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ଟାଙ୍ଗରପଲସାରେ ଜଣେ ପକ୍ଷାଘାତ ବ୍ୟକ୍ତିଙ୍କୁ ହୁଇଲ ଚେୟାର ପ୍ରଦାନ କରିଛି । ଏହି ସୂଚନା ମିଳିବା ପରେ ରାଜ୍ୟପାଳ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । ଏହାସହିତ ଅସହାୟଙ୍କର ତତ୍ପରତା ସହ କାମ କରିବାକୁ ଜିଲ୍ଲା ପ୍ରଶାସନକୁ ଅପିଲ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ରାଜ୍ୟପାଳ ସୋମବାର କେନ୍ଦୁଝର ଜିଲ୍ଲା ଗସ୍ତ କରିଥିଲେ । ଏହି ସମୟରେ ଜିଲ୍ଲାର ଟାଙ୍ଗରପଲସାରେ ଜଣେ କାନ୍ଦୁଥିବା ଝିଅ ନିଜର ପକ୍ଷାଘାତର ଶିକାର ହୋଇଥିବା ପିତାଙ୍କ ପାଇଁ ସହାୟତା ପାଇଁ ଗୁହାରି କରିଥିଲେ । ସେ ଏକ ହ୍ୱିଲ୍ ଚେୟାରର ବ୍ୟବସ୍ଥା କରିବାକୁ ତାର ନିରର୍ଥକ ପ୍ରୟାସର କାହାଣୀ କହିଥିଲା । ରାଜ୍ୟପାଳ ତାକୁ ତୁରନ୍ତ 25,000 ଟଙ୍କାର ସହଯୋଗ କରିଥିଲେ । ଏହାସହିତ ହ୍ୱିଲଚେୟାର ଉପଲବ୍ଧ କରାଇବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତାର ଘରର ସ୍ଥିତି ଦେଖି ରାଜ୍ୟପାଳ ଜିଲ୍ଲା ପ୍ରଶାସନକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାକୁ ସାମିଲ କରିବା ପାଇଁ ପ୍ରାଥମିକତା ଦେବାକୁ କହିଥିଲେ । ଝିଅଟି ପାଠ ପଢିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଦିଗରେ ମଧ୍ୟ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ।
