ଭୁବନେଶ୍ୱର, 21 ଡିସେମ୍ବର (ହି.ସ)- ଜାତୀୟ ରାଜପଥରେ ରାତିରେ ମିଳିବ ମାଗଣା ଚା । ଭାରୀଯାନ ଡ୍ରାଇଭର ମାନଙ୍କୁ ମିଳିବ ମାଗଣା ଚା । ଦୁର୍ଘଟଣା ଏଡାଇବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଆରା ପଦକ୍ଷେପ ନିଆଯାଇଛି । ଏଥିପାଇଁ ଜିଲ୍ଲାପାଳ ଚି଼ହ୍ନଟ କରିବେ ଢ଼ାବା । ଏଠାରେ ରାତିରେ ଯାଉଥିବା ଗାଡ଼ିକୁ ଅଟକାଇ ଏହାର ଚାଳକଙ୍କୁ ମାଗଣାରେ ଚା’ ଦିଆଯିବ । ସରକାରଙ୍କ ତରଫରୁ ମାଗଣାରେ ଚା ଦିଆଯିବ । ଯାହାଦ୍ବାରା ଗାଡ଼ି ଚାଳକଙ୍କ ନିଦ ସମସ୍ୟା ଓ ତର୍ଜନିତ ଦୁର୍ଘଟଣା ଆଶଙ୍କାକୁ ମଧ୍ୟ ଏଡ଼ାଇଦିଆଯାଇପାରିବ । ଢ଼ାବାରେ ମଧ୍ୟ ଡ୍ରାଇଭର ବିଶ୍ରାମ ନେଇପାରିବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
