ବଲାଣି,୧୬ ଡିସେମ୍ବର(ହି.ସ): ଯୋଡା ବ୍ଲକ ବିଲେଇପଦା ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ସଙ୍କୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଭୂଦତ୍ତ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆର ସୋମନାଥ, ଉତ୍ତର ସମ୍ଭାଗ ସହ ନିରୀକ୍ଷକ ଜ୍ଞାନ ରଞ୍ଜନ ପାଢୀ, ସଙ୍କୁଳ ପ୍ରମୁଖ ଦୁଃଖବନ୍ଧୁ ମିଶ୍ର, ସଙ୍କୁଳ ସଂଯୋଜକ ଡମ୍ବରୁଧର ମହାନ୍ତ, ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଗୋପିନାଥ ଗୋପ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଲୀନା ମଲ ଏବଂ ଅନ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ କ୍ରୀଡା ଉତ୍ସବରେ ମୋଟ ୨୩୨ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭର୍ଜିଲ ଲାକ୍ରା (ଜେଏସପି ସିଏସଆର ହେଡ), ସମ୍ମାନିତ ଅତିଥି ଭାବେ ପୂର୍ବତନ ସମ୍ପାଦକ ବିଷ୍ଣୁ ଖିଲାର ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ଯ ଲୀନା ମଲ ପରିଚାଳନା କରିଥିବା ବେଳେ ସଙ୍କୁଳର ସମସ୍ତ ପ୍ରଧାନ ଆଚାର୍ଯ୍ଯ, ସ୍ଥାନୀୟ ଅଞ୍ଚଳର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।/ସମନ୍ୱୟ
