ଜଗତସିଂହପୁର, ୧୪ ଡିସେମ୍ବର (ହି.ସ.)- ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଦେବୀ ପୀଠ ମା ଶାରଳା ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ ମାନେ ମା ଙ୍କ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି କରିଛନ୍ତି । କଟର ସାହାଯ୍ୟରେ ତାଲା କାଟି ଟଙ୍କା ଲୁଟ୍ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ କରୁଛି ପୋଲିସ । ମାମଲାରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
