• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ବିଦ୍ୟାଳୟରେ ତାଲା ଦେଲେ ଗ୍ରାମବାସୀ ,ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା , ପାଠପଢାରେ ବାଧାପ୍ରାପ୍ତ
Regional

ବିଦ୍ୟାଳୟରେ ତାଲା ଦେଲେ ଗ୍ରାମବାସୀ ,ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା , ପାଠପଢାରେ ବାଧାପ୍ରାପ୍ତ

CliQ INDIA
Last updated: November 9, 2025 11:10 am
CliQ INDIA
Share
3 Min Read
SHARE

ଜୟପୁର, 8 ନଭେମ୍ବର (ହି.ସ.)କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗଡପଦର ଗ୍ରାମପଞ୍ଚାୟତର ସଦର ଗ୍ରାମ ଠାରେ ଆଜି ସ୍ଥାନୀୟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ କିଛି ଗ୍ରାମବାସୀ ମାନେ ତାଲା ଦେଇଥିବା ବେଳେ ଛାତ୍ରଛାତ୍ରୀ ମାନେ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଏହିପରି ଅପ୍ରିତିକରର ପରିସ୍ଥିତ ସୃଷ୍ଟି ହୋଇଥିଲା । ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀଙ୍କୁ ଜୟପୁର ଇରିଗେସନ କୋଲନୀ ଅପର କୋଲାବ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନରେ ବଦଳୀ କରାଯାଇଛି । କିନ୍ତୁ ଗ୍ରାମବାସୀ ତଥା ଅବିଭାବକ ମାନେ ଆଗାମୀ ଦିନରେ ପରୀକ୍ଷା ରହିଥିବା ବେଳେ ଶିକ୍ଷୟତ୍ରୀଙ୍କୁ ହଠାତ ବଦଳୀକୁ ନେଇ ଅସନ୍ତୋଷ ପ୍ରକୋଟ କରିବା ସହ ବିଦ୍ୟାଳୟ ମୁଖ୍ୟ ଫାଟକ ରେ ତାଲା ଦେବା ସହିତ ଛାତ୍ରଛାତ୍ରୀ ମାନେ ଫାଟକ ସମ୍ମୁଖରେ ଧାରଣା ଦେଇ ବସିବା ସହତ ତୁରନ୍ତ ଶିକ୍ଷୟତ୍ରୀଙ୍କ ଡେପୁଟେସନ ବାତିଲ କରିବାକୁ ଦାବି କରିଥିଲେ । ଏହିପରି ଆଜି ସକାଳୁ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଏବଂ ଅନ୍ୟାନ୍ୟ ଶିକ୍ଷକଶିକ୍ଷୟତ୍ରୀ ବିଦ୍ୟାଳୟକୁ ଯାଇଥିଲେ ବାହାର ଫାଟକରେ ତାଲା ଦିଆଯାଇଥିବା ଯୋଗୁଁ ଭିତରେ ରହିଥିବା ଅନ୍ୟାରାସ୍ତାରେ ବିଦ୍ୟାଳୟ ଭିତରେ ପ୍ରବେଶ କରିଥିଲେ । ଏହିପରି ଅପ୍ରିତିକର ପରସ୍ଥିତିକୁ ନେଇ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡାଙ୍କ ଠାରୁ ବ୍ଲକ ଶିକ୍ଷାଅଧିକାରୀ ଚନ୍ଦନ କୁମାର ନାୟକ ସୂଚନା ପାଇବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଆନ୍ଦୋଳନ କରୁଥିବା ଗ୍ରାମବାସୀ ଶିକ୍ଷୟତ୍ରୀଙ୍କ ଡେପୁଟେସନ ନିର୍ଦ୍ଦେଶ ତୁରନ୍ତ ବାତିଲ କରିବା ସହିତ ପ୍ରଧାନଶିକ୍ଷକ ଯୋଗୁଁ ବିଦ୍ୟାଳୟରେ ଅପ୍ରିତିକର ପରିସ୍ଥିତ ସୃଷ୍ଟି ହେଉଥିବା ନେଇ ଅଭିଯୋଗ କରିଥିଲେ । ଏହିପରି ଗତ ଦିନରେ ବିଦ୍ୟାଳୟ ପରିସରରେ ଦୁଇଟି ଗଛ କଟାଯାଇଥିବା ବେଳେ ଏହାର ହିସାବ କିତାବ ଦେବାକୁ ଦାବି କରିଥିଲେ । ସେହିପରି ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ଅନ୍ୟ ମାନଙ୍କୁ ଉପଯୁକ୍ତ ବ୍ୟବହାର କରୁନାହାଁନ୍ତି ବୋଲି ଆନ୍ଦୋଳନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏଥିନେଇ ଲିଖିତ ଭାବେ ଦେବାକୁ ବିଇଓ ଶ୍ରୀ ନାୟକ ଗ୍ରାମବାସୀ ମାନଙ୍କୁ ବୁଝାଇଥିଲେ । ଏହିପରି ସୁକାଳ ୭ଟା ଠାରୁ ମଧ୍ୟାହ୍ନ ସାଢେ ୧୧ ଟା ପର୍ଯ୍ୟନ୍ତ ଏହିପରି ଫାଟକରେ ତାଲା ପକାଇ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଆଜି ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ସମସ୍ୟା ସୃଷ୍ଟି ହୋଇଥିଲା । ଏହିପରି ଶେଷରେ ଗ୍ରାମବାସୀ ମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପତ୍ରକୁ ନେଇ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ନାୟକ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି । ଏହି ଅଭିଯୋଗପତ୍ର ନେଇ ଆସନ୍ତା ସୋମବାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ ପରେ ଗ୍ରାମାବାସୀଙ୍କ ଅଭିଯୋଗକୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇ ଏହାପରେ କୌଣସି ପଦକ୍ଷପ ଗ୍ରହଣ କରାଯିବ ବୋଲି ବିଇଓ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା କହିଛନ୍ତି ଯେ, ସଂପୃକ୍ତା ଶିକ୍ଷୟତ୍ରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ସୁପାରିଶ କ୍ରମେ ପ୍ରଶାସନିକ ବ୍ୟବସ୍ଥା ଅନୁଯାୟୀ ଜିଲ୍ଲାପାଳ ଜୟପୁର ସହରର ଇରିଗେସନ କୋଲନୀ ଉଚ୍ଚ ବିଦ୍ୟାଳୟକୁ ଡେପୁଟିସେନ ଭାବେ ବଦଳୀ କରିଛନ୍ତି । ତେଣୁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଶିକ୍ଷୟତ୍ରୀଙ୍କୁ ରିଲିଭ କରାଯାଇଛି । ଅନ୍ୟପକ୍ଷରେ ଗତ ୨୦୨୩ ମସିହାରେ ବିଦ୍ୟାଳୟ ଛାତ୍ରାବାସ ଉପରେ ଦୁଇଟି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଗଛକୁ ବିଭାଗୀୟ ଅଧିକାରୀ ଏବଂ ବନ ବିଭାଗକୁ ଅବଗତ କରାଯିବା ପରେ ସ୍ଥାନୀୟ ଜଣେ ଲୋକଙ୍କୁ ଗଛ କାଟିବାକୁ ଦିଆଯାଇଥିଲା ଏବଂ ଉକ୍ତ ବ୍ୟକ୍ତି ନିଜସ୍ବ ଖର୍ଚ୍ଚରେ ଗଛକାଟି ପରିବହନ କରି ନେଇଥିଲେ । କିନ୍ତୁ ଏହାର ଶାଖାପ୍ରଶାଖାକୁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଖାଦ୍ୟ ପାଇଁ ରନ୍ଧନ ପାଇଁ ବ୍ୟବହାର କରାଯାଉଛି । ସ୍ଥାନୀୟ ୨ରୁ ୩ ଜଣ ଗ୍ରାମବାସୀ ଷଡଯନ୍ତ୍ର କରିବା ସହିତ ବିଦ୍ୟାଳୟରେ ତାଲାଦେଇ ଏହିପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥିବା ନେଇ ପାଲଟା ଅଭିଯୋଗ କରିଛନ୍ତି।

—————

ହିନ୍ଦୁସ୍ଥାନ ସମାଚାର / ପିକେପି

You Might Also Like

ଆଶୁତୋଷ ପରିଡା ଓ ଡକ୍ଟର ଅରୁଣ ରଞ୍ଜନ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଶଙ୍ଖ ଭବନରେ ବିଜେଡି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ
ଜଣକୁ କଚାଡ଼ି ମାରିଲା ଦନ୍ତା – Hindusthan Samachar Odia
ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ୧୧ହଜାର କେଜି ମହୁଲ ପୋଚୋ ଓ ୧୮୨୦ ଲିଟର ପାତନ (ଆଇଡି) ମଦ ଜବତ।
ପାଟଣାଗଡ ସହରରେ ବୁଲୁଛି ବଣୁଆ ହାତୀ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଦେଶ ପ୍ରତି ଦାୟିତ୍ୱବୋଧକୁ ଶକ୍ତିଶାଳୀ କରିବାହିଁ ସଂଘର ଉଦ୍ଦେଶ୍ୟ : ମୋହନ ଭାଗବତ
Next Article ଆଜି ଉତ୍ତରାଖଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?