
ଭୁବନେଶ୍ୱର, 27 ନଭେମ୍ବର (ହି.ସ.) ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ସୋମବାର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବରେ ଲୋକଙ୍କ କଲ୍ୟାଣ ତଥା ରାଜ୍ୟରେ ରୂପାନ୍ତରଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଫାଇଭ୍-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ୍ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଶ୍ରୀ ଭି.କେ ପାଣ୍ଡିଆନଙ୍କ ଏହି ଯୋଗଦାନ ସାଧାରଣ ଲୋକଙ୍କ ହକ୍, ଅଧିକାର ଏବଂ ନବୀନ ଓଡ଼ିଶା ଗଠନ ଦିଗରେ ଦଳର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
