ଭୁବନେଶ୍ୱର, 1 ଡିସେମ୍ବର (ହି.ସ.)- ବିଏସଏଫର ପ୍ରତିଷ୍ଠା
ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ
ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଏସଏଫର ପ୍ରତିଷ୍ଠା ଦିବସର ଶୌର୍ଯ୍ୟବାନ୍
ବୀରମାନଙ୍କୁ ମୋର ଅନେକ ଶୁଭେଚ୍ଛା।
ଏକ କୁଶଳ ବଳ ଭାବେ, ବିଏସଏଫ୍ ସର୍ବଦା ଆମ ପ୍ରାନ୍ତସୀମାକୁ ସୁରକ୍ଷିତ କରିବାରେ ଏବଂ ଆମ
ସାର୍ବଭୌମତ୍ୱକୁ ରକ୍ଷା କରିବାରେ ଅଗ୍ରଣୀ ରହିଛନ୍ତି। ତାଙ୍କର ଦୃଢ଼ତା, ସାହସ ଏବଂ ବଳିଦାନ ପାଇଁଭାରତ ଗର୍ବିତ। ବିଏସଏଫ୍ କର୍ମୀମାନଙ୍କର ଅଟଳ ସମର୍ପଣ ଏବଂ ସଫଳତା
ଆମର ବର୍ତ୍ତମାନ ଏବଂ ଭବିଷ୍ୟତ ପିଢିମାନଙ୍କୁ ସଦା ଅନୁପ୍ରେରିତ କରିବ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
