


ବଲାଙ୍ଗିର 14 ନଭେମ୍ବର ( ହି ସ) 70 ତମ ଜାତୀୟ ସମବାୟ ସପ୍ତାହ ଆଜି ବଲାଙ୍ଗିର ଠାରେ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ସମବାୟ ବିଭାଗ ମିଳିତ ଭାବରେ ଆଜି ପାଳନ ହୋଇଯାଇଛି I ଏହା 14 ରୁ 21 ନଭେମ୍ବର ସପ୍ତାହ ବ୍ୟାପୀ ପାଳନ କରାଯିବ ଏହା ସହିତ ବଲାଙ୍ଗିର ଓ ସୁବର୍ଣ୍ଣପୁର ଥିବା ସମସ୍ତ ସମବାୟ ସମିତି ରେ ମଧ୍ଯ ପାଳନ ହେବ ତତ୍ ସହିତ ସମବାୟ ବିଭାଗ ଓଡିଶା ସରକାର ତରଫରୁ ଉଭୟ ଜିଲ୍ଲା ରେ ସଚେତନତା ରଥ ଦୁଇଟି ଜିଲ୍ଲାରେ ବୁଲି ଲୋକଙ୍କୁ ସମବାୟ ମାଧ୍ୟମରେ କିପରି ଆର୍ଥିକ ଉନ୍ନତି ହେବ ତାର ବାର୍ତ୍ତା ପ୍ରଚାର କରିବା ସଚେତନତା କରିବା ପ୍ରୟାସ କରାଯିବ I ବଲାଙ୍ଗିର କେନ୍ଦ୍ର ସମବାୟ ବ୍ଯାଙ୍କ ସଭାପତି ସ୍ମାରକ ରଞ୍ଜନ ମିଶ୍ର ଆନୁଷ୍ଠାନିକ ଭବରେ ସମବାୟ ପତାକା ଉତ୍ତୋଳନ କରିଥିଲେ I କାର୍ଯ୍ୟକ୍ରମରେ ବଲାଙ୍ଗିର ଡେପୁଟି ରେଜିଷ୍ଟର ସମବାୟ ସୋସାଇଟୀ ଶ୍ରୀମତୀ ଦମୟନ୍ତୀ ସିଂ, ଅତିରିକ୍ତ ରେଜିଷ୍ଟର ରାଧାକୃଷ୍ଣ ମେହେର ଓ ବିଭାଗୀୟ କର୍ମଚାରୀମାନେ ଓ ବ୍ଯାଙ୍କ କର୍ମଚାରୀ ଯୋଗଦେଇ ଥିଲେ l ସମବାୟ ସଚେତନତା ରଥ କୁ ଅତିରିକ୍ତ ଜିଲାପାଳ ମହେନ୍ଦ୍ର କୁମାର ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I
ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ
/ସମନ୍ୱୟ
