ଭୁବନେଶ୍ୱର, 20 ଜାନୁଆରୀ – ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତିଙ୍କ ପରଲୋକ ଘଟିଛି । ସେ ଗତ କିଛି ଦିନ ଧରି ଭୁବନେଶ୍ୱର ସ୍ଥିତ ଏମସରେ ଚିକିତ୍ସାଧୀନ ଥିବଲେ । ଆଜି ପୂର୍ବାହ୍ନରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।
ଛାତ୍ର ଅବସ୍ଥାରୁ ରାଜନୀତି ରେ ପାଦ ଥାପି ଥିବା ଜୟନାରାୟଣ ଜଳେଶ୍ଵର ନିର୍ବାଚନ ମଣ୍ଡଳୀରେ ୧୯୯୫ ଓ ୨୦୦୦ ମସିହାରେ କଂଗ୍ରେସ ଦଳରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁରେ ବାଲେଶ୍ବର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା
